ବଡ଼ମ୍ବାରେ ସ୍ମାର୍ଟ ସ୍କୁଲର ଶୁଭାରମ୍ଭ

ବଡ଼ମ୍ବା, (ନାଗରାଜ ନ୍ୟୁଜ): ଆଜି ବଡ଼ମ୍ବା ବାଳିକା ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହେବାପରେ ଆଜି ବିଦ୍ୟାଳୟ କମିଟି ଓ ପ୍ରଧାନ ଶିକ୍ଷକଙ୍କ ଆନୁକୂଲ୍ୟରେ ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ପ୍ରମୁଖଙ୍କ ଉପସ୍ଥିତିରେ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଚେୟାରମ୍ୟାନ ଅନୁସୂୟା ନାୟକ, ବିଡ଼ିଓ ଉତ୍କଳ ଆଚାର୍ଯ୍ୟ, ଭାରପ୍ରାପ୍ତ ବିଇଓ ସ୍ଥାନୀୟ ଜନ ପ୍ରତିନିଧି ମୁରଲୀ ମହାପାତ୍ର ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ସରୋଜ ମିଶ୍ର, ସ୍କୁଲ କମିଟି ସଭାପତି ତ୍ରିଲୋଚନ ରଣା, ଏବିଇଓ ମତ୍ତମାନ ସିଂହ ବକ୍ତବ୍ୟ ରଖିଥିଲେ । ପୂର୍ବ ସଭାପତି ମନୋଜ ପଟ୍ଟନାୟକ, ସମାଜସେବୀ ରବୀନ୍ଦ୍ର ସାହୁ ଓ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ର ମାନଙ୍କ ଦ୍ୱାରା ଚିତ୍ତକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା । ସୁରଭିରେ କୃତବିଦ୍ୟ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ବିଧାୟକଙ୍କ ଦ୍ଵାରା ଦିଆଯାଇଥିଲା ।

Leave a Reply

Your email address will not be published.