ସୋରିସିଆପଦା ଗ୍ରାମ ପଞ୍ଚାୟତରେ ମହିଳା ଅନୁକୂଳ ଗ୍ରାମ ପଂଚାୟତର ଶୁଭାରମ୍ଭ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ସୀମାନ୍ତ ସୋରିସିଆପଦା ଗ୍ରାମ ପଂଚାୟତରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନିମନ୍ତେ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ଭାବରେ ଆଜି ଉକ୍ତ ପଂଚାୟତର କମ୍ୟୁନିଟି ସେଣ୍ଟର ଠାରେ ଏହି ପଂଚାୟତର ବିଭିନ୍ନ ଗ୍ରାମ ଗୁଡିକରୁ ମହିଳା ମାନଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ସ୍ଥାନୀୟ ସରପଞ୍ଚପ୍ରଦୀପ କୁମାର ରାଉତ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧକ୍ଷା ଅର୍ଚନା ପୁହାନ ମୁଖ୍ୟ ବକ୍ତା ଭାବରେ ଗଁଦିଆ ଗୋଷ୍ଟିଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବରେ ମହିଳା ଓ ଶିଶୁ ବିକାଶ ପକଲ୍ପ ସୁପରଭାଇଜର ପ୍ରଭାତ ନଳିନୀ ମିଶ୍ର୪ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ ବିଭୁତି ଭୋଇ ଓ ସ୍ଥାନୀୟ ସମିତି ସଭ୍ୟ ଦସମା କାଲୁଣ୍ଡିଆ ପ୍ରମୁଖ ଯୋଗଦାନ କରିଥିଲେ ସରପଞ୍ଚ ଶ୍ରୀ ରାଉତ ନିଜର ମତ ପ୍ରକାଶ କରି କହିଥିଲେ ଗ୍ରାମାଅଂଚଳରେ ଅନେକ ପରିବାର ଅଛନ୍ତି ଯେଉଁମାନେ ନିଜର ଅଜ୍ଞାତ ଯୋଗୁ ମହିଳା ମାନଙ୍କୁ ଉନ୍ନତି ଦିଗରେ ଅନ୍ତରାୟ ସୃଷ୍ଟି କରିଛି ମୁଖ୍ୟ ଅତିଥି ଶ୍ରୀମତୀ ପୁହାନ ନିଜର ମତ ପ୍ରକାଶ କରି କହିଥିଲେ ଯେ ଆଜିର ଦୁନିଆ ଓ ସେ ଦିନର ଦୁନିଆ ମଧ୍ୟରେ ଅନେକ ଫରକ ଅଛି ଏହି ଡିଜିଟାଲ ଯୁଗରେ ଘର ହାଣ୍ଡିଚୁଲି ଛାଡି ମହିଳା ମାନେ ଏହି ପୁରୁଷ କୈନ୍ଦ୍ରିକ ସମାଜରେତାଳ ଦେଇ ନିଜକୁ ସାମିଲ କରି ଅନେକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛନ୍ତି ମୂଖ୍ୟ ବକ୍ତା ଭାବରେ ଶ୍ରୀ ସାହୁ ନିଜର ମତ ପ୍ରକାଶ କରି କହିଥିଲେ ଗ୍ରାମା ଅଂଚଳରେ ରହିଥିବା ମହିଳା କିଶୋରୀ ଯୁବତୀ ମାନଙ୍କର ଉନ୍ନତି ସହିତ ସେମାନେ କିପରି ସମାଜର ମୁଖ୍ୟ ସୋତ୍ରରେ ନିଜକୁ ସାମିଲ କରିପାରିବେ ସେଥିପାଇଁ ସରକାର ଶିକ୍ଷା ଠାରୁ ଆରମ୍ଭ କରି ମହିଳା ସଶସ୍ତ୍ରକରଣ ମାଧ୍ୟମରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ଏହି ସୁବିଧା ଗୁଡିକ ଯେପରି ସେମାନେ ଉପଲବ୍ଧ ହେବ ତାହା ଉପରେ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ ହେବା ଦରକାର ସମ୍ମାନିତ ଅତିଥି ଶ୍ରୀମତୀ ମିଶ୍ର କହିଥିଲେ ସଚେତନତା ଅଭାବରୁ ଆଜିବି ଆମ ସମାଜରେ ଅନେକ ଘରେ ଘରୋଇ ହିଂସାର ଶିକାର ଅନେକ ମହିଳା ହେଉଛନ୍ତି ବିଶେଷ କରି ବାଲ୍ୟ ବିବାହ ସ୍ୱାସ୍ଥ୍ୟ ସମ୍ଭଧିୟ କାର୍ଯ୍ୟକ୍ରମ ଓ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ସଦା ସର୍ବଦା କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ଅନ୍ୟ ଅତିଥି ଶ୍ରୀ ଭୋଇ ଓ କାଲୁଣ୍ଡିଆ ନିଜର ମତ ସାବ୍ୟସ୍ତ କରି କହିଥିଲେ ପ୍ରଶାସନ ପକ୍ଷରୁ ପ୍ରଥମେ ଆମ ପଞ୍ଚାୟରେ ମହିଳା ମାନଙ୍କ ପାଇଁ ଏପରି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ପ୍ରଶାସନକୁ ପ୍ରଶଂସା କରିଥିଲେ ଉକ୍ତ ଆଦିବାସୀ ଅଧ୍ୟୁଷିତ ପଂଚାୟତରେ ଏପରି କାର୍ଯ୍ୟକ୍ରମ ଫଳରେ ଏଠିକାର ମହିଳା ମାନଙ୍କର ଉନ୍ନତି ହୋଇ ପାରିବ ବୋଲି କହିଛନ୍ତି ଏଥିରେ ସମସ୍ତ ଅଙ୍ଗନବାଡି କର୍ମୀ ସ୍ୱାସ୍ଥ୍ୟ କର୍ମୀ ଓ ଶତାଧିକ ମହିଳା ଅଂଶ ଗ୍ରହଣ କରିଥିଲେ l

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published.