ରାଇତଳା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନି ଭାବେ ଲକ୍ଷ୍ମୀପ୍ରିୟା ସାମଲଙ୍କୁ ମିଳିଛି ଲଙ୍ଗଳ ଚିହ୍ନ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ରାଜନୀତି ସରଗରମ ରହିଛି । ସବୁ ଦଳର ପ୍ରାର୍ଥୀ ମଇଦାନକୁ ଓଲାଇ ସାରିଛନ୍ତି । କୋଭିଡ ଯୋଗୁଁ ବହୁମାତ୍ରାରେ ପ୍ରଚାର ବନ୍ଦ ରହିଛି । କିନ୍ତୁ ଜଣେ ପ୍ରାର୍ଥୀ ସର୍ବାଧିକ ୫ଜଣଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ । ସମସ୍ତ ପ୍ରାର୍ଥୀ ନିଜ ନିଜର ଚିହ୍ନ ଦେଖାଇ ଭୋଟରଙ୍କ ଠାରୁ ଭୋଟ ଭିକ୍ଷା କରୁଛନ୍ତି । ଢେଙ୍କାନାଳରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା ଗନ୍ଦିଁଆ ବ୍ଳକ ଅନ୍ତର୍ଗତ ରାଇତଳା ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନି ଭାବେ ଲକ୍ଷ୍ମୀପ୍ରିୟା ସାମଲଙ୍କୁ ମିଳିଛି ଲଙ୍ଗଳ ଚିହ୍ନ । ରାଇତଳା ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ତାଙ୍କର ଲକ୍ଷ୍ୟ ।

Leave a Reply

Your email address will not be published.