ଲକ୍ଷ୍ମିପୁର ଖେରି ହିଂସା: ଅଜୟ ମିଶ୍ରଙ୍କ ବହିଷ୍କାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ରେଳରୋକ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଉତ୍ତର ପ୍ରଦେଶର ଲକ୍ଷ୍ମିପୁର ଖେରି ଠାରେ ଆନ୍ଦୋଳନ ରତ କୃଷକମାନଙ୍କର ହତ୍ୟା ପ୍ରତିବାଦରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି ଓ ଦୋଷିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଦାବିରେ ଆହ୍ୱାନ ଦେଇଥିବା ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ରେଳରୋକ କରାଯାଇଛି । ଯାହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଜଣାଇଛନ୍ତି ।

ଏହି ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବରିଷ୍ଠ କଂଗ୍ରେସ ନେତା ପ୍ରେମଶଙ୍କର ମିଶ୍ରଙ୍କ ନେତୃତ୍ୱରେ ମୁଖ୍ୟ ଷ୍ଟେସନ ଠାରେ ଦିବା ୧୦ ଘଟିକା ସମୟରେ ୨ଟି ମାଲ ଗାଡ଼ିକୁ ଅଟକ ରଖାଯାଇଥିଲା । ପରବର୍ତ୍ତି ସମୟରେ ରେଳବାଇ ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲେ । ଏହି ଆନ୍ଦୋଳନରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିପ୍ରବର ସାହୁ, ଜିଲ୍ଲା ମହିଳା ସଭାପତି ମାମତଞ୍ଜଳି ବେହେରା, ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ, ବରିଷ୍ଠ ନେତା ନିର୍ମଳ ମିଶ୍ର, ନିଶାକର ସାହୁ, ସୁନିଲ ଦାଶ, ମହମ୍ମଦ ସମୀର, ବସନ୍ତ ବେହେରା, ମହିଳା ନେତ୍ରୀ ଶିଳ୍ପୀଶ୍ରୀ ହରିଚନ୍ଦନ, ଛାତ୍ର ସଭାପତି ଶୁଭମ ଦାଶ, ଛାତ୍ର ନେତା ଦୂର୍ଗା ଦତ୍ତ ମିଶ୍ର, କମଳପ୍ରୀତ ସିଂହ, ଦୋନେଶ ମହାପାତ୍ର ଓ ଅର୍ଜୁନ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published.