ଦେଶୀ ମଦ ଦୋକାନ ଉପରେ ଚଢ଼ାଉ

କଟକ, (ନାଗରାଜ ନ୍ୟୁଜ): ବାହାରୁ ଦେଖିଲେ ସୁନ୍ଦର ଘର , ଭିତରେ ଚାଲିଛି ଦେଶି ମଦର କୁଟିର ଶିଳ୍ପ , ଘର ଭିତରେ ମଦ , ଚାଳ ଆଟୁରେ ମଦ , ଘର ତାଜାରେ ମଦ , ଏଦୃଶ୍ୟ କଟକ ତିଗିରିଆ ଥାନା ଭିରୁଡା ଗାଁର । ଅବକାରୀ ବିଭାଗ ପକ୍ଷରୁ ମିଳିତ ଜୋରଦାର ଚଢାଉ କରାଯାଉଛି। ତିଗିରିଆ ଥାନା ଅନ୍ତର୍ଗତ ଦେଶୀ ମଦର କୁଟୀର ଶିଳ୍ପ ପାଲଟିଥିବା ଭୀରୁଡ଼ା ଗାଁ ରେ କଟକ ଅବକାରୀ ବିଭାଗ, ଆଠଗଡ଼ ଅବକାରୀ ବିଭାଗ ଏବଂ ତିଗିରିଆ ପୋଲିସ ର ମିଳିତ ଚଢାଉ କରାଯାଇ ଶହଶହ ଲିଟର ପୋଚ ଏବଂ ରନ୍ଧା ଦେଶୀ ମଦ ଜବତ କରିବାଥିବା ବେଳେ ମଦ ପ୍ରସ୍ତୁତ ନିମନ୍ତେ ରଖାଯାଇଥିବା ସାମଗ୍ରୀ କୁ ନଷ୍ଟ କରାଯାଇଛି। ବିରାଟ ଅଟ୍ଟାଳିକା ମାନଙ୍କରେ ଛାତ ଉପରେ ପାଣିଟାଙ୍କିର ଭ୍ରମ ସୃଷ୍ଟି କରି ଓ ମାଟି ତଳେ ସମ୍ପ ଟାଙ୍କି ନିର୍ମାଣ କରି ଏବଂ ଗୁପ୍ତ କୋଠରୀ ରେ ଅଭିନବ ଉପାୟରେ ପୋଚ ଗଛିତ ରଖିଥିବା ଚଢ଼ାଉ ବେଳେ ଜଣାପଡ଼ିଥିଲା । ତେବେ ମଦ ମାଫିଆମାନେ ଚଢ଼ାଉର ସୁରାକ ପାଇ ଖସିଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published.