ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥୀଙ୍କୁ ଜବାବ ମାଗିଲେ ଅଞ୍ଚଳବାସୀ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବର୍ତ୍ତମାନ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଗାଁ ସାହିରେ ଘରକୁ ଘର ବୁଲି ପ୍ରଚାର ମାଧ୍ୟମରେ ଭୋଟରଙ୍କୁ ବିଭିନ୍ନ ପ୍ରତିଶୃତି ଦେଉଛନ୍ତି । ଏଥିସହ ଏକ ସାମ୍ବାଦିକ ସମ୍ମିଳନୀ କରି ଜନସାଧାରଣଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଶାସକ ଦଳର କର୍ମୀମାନେ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପତ୍ରଝଡ଼ା ଗ୍ରାମପଞ୍ଚାୟତ ବିଦ୍ୟାଧରପୁର ଗ୍ରାମରେ । ଗ୍ରାମବାସୀଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିର ଜବାବ ମାଗିଛନ୍ତି ଶାସକ ଦଳ ନେତାଙ୍କୁ । ଗତ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ଶାସକ ଦଳ ନେତାମାନେ ୨୦୨୨ ମସିହା ସୁଦ୍ଧା ବିବାଦୀୟ ବିଦ୍ୟାଧରପୁର ଗ୍ରାମକୁ ଏକ ନୂତନ ଗ୍ରାମପଞ୍ଚାୟତର ମାନ୍ୟତା ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଯଦି ଏହାର ବ୍ୟତିକ୍ରମ କରନ୍ତି ତେବେ ଗ୍ରାମକୁ ପୁନର୍ବାର ଭୋଟ ଭିକ୍ଷା ପାଇଁ ଆସିବେ ନାହିଁ ବୋଲି କହିଥିଲେ ।

 

ମାତ୍ର କେଉଁ ପରିସ୍ଥିତିରେ ବର୍ତ୍ତମାନ ଶାସକ ଦଳ ନେତାମାନେ ଗ୍ରାମକୁ ପ୍ରବେଶ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଗ୍ରାମବାସୀ । ଏହାସହିତ ବିଭିନ୍ନ ପ୍ରସଙ୍ଗ ଯଥା ପତ୍ରଝଡ଼ା ପଞ୍ଚାୟତରେ ପ୍ରସ୍ତାବିତ ସବ୍ ଜେଲ୍ ଓ ନିର୍ମାଣଧିନ ଆଦର୍ଶ ବିଦ୍ୟାଳୟ କିପରି ଭାବେ ରାତାରାତି ସ୍ଥାନାନ୍ତରିତ ହେଲା ଏହାକୁ ନେଇ ଜବାବ ମାଗିଛନ୍ତି ଗ୍ରାମବାସୀ । ତତସହିତ ଶାସକ ଦଳ ବିଜେଡ଼ି ଭୋଟ ହାତେଇବା ପାଇଁ ରାଜନୀତି କରଣ କରୁଛି ବୋଲି ଅଭିଯୋଗ କରିଥିଲେ ଗ୍ରାମବାସୀ । ଏହି ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଧରପୁର ଗ୍ରାମର ସେକ୍ ମୁସ୍ତାକ, ସେକ ରକିମୁଦ୍ଦିନ, ସେକ ମନାଫ୍, ସେକ ଆବୁ ନାଫେ, ସେକ ମହେରାଜ ଆଦି ସମସ୍ତେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.