ଭୁବନ ଗ୍ରାମରେ ମା’ କାମନା କାଳୀଙ୍କ ମନ୍ଦିର ପ୍ରତିଷ୍ଠା 

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମରେ ମା’ କାମନା କାଳୀଙ୍କ ମନ୍ଦିର ପ୍ରତିଷ୍ଠା l କରୋନା ମହାମାରୀ ବେଳେ ସରକାର ସମସ୍ତ ଦେବାଳୟ ବନ୍ଦ ରଖିଥିବା ବେଳେ ବର୍ତମାନ ସମୟରେ କରୋନା କମୁଥିବା ଗ୍ରାଫକୁ ନଜରରେ ରଖି ଖୋଲାଯାଇଛି ସମସ୍ତ ଦେବାଳୟ ଏବଂ ପୂଜା ଅନୁଷ୍ଠାନ l ତେବେ ଏତେ ଦିନ ପରେ ନିଜ ନିଜ ଆରାଧ୍ୟଙ୍କ ଦର୍ଶନ ପାଇ ଭକ୍ତ ମାନେ ଭାବ ବିହୋଳ ହୋଇପଡୁଛନ୍ତି l ସେହିପରି ମା’ଙ୍କ ଦର୍ଶନ ନିମନ୍ତେ ଭୁବନ ଗ୍ରାମ ରେ ମା’ କାମନା କାଳୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି l ସରକାର କିମ୍ବା କୌଣସି ଅନୁଷ୍ଠାନରୁ ଆର୍ଥିକ ସାହାର୍ଯ୍ୟ ନ ପାଇ ମଧ୍ୟ ନିଜ ନିଜ ସାମର୍ଥ୍ୟ ଅନୁସାରେ ଯୋଗଦାନ ଦେଇ ମା’ଙ୍କ ମନ୍ଦିର ପ୍ରତିଷ୍ଠିତ କରପାରିଛନ୍ତି ଗ୍ରାମବାସୀ ମାନେ l ତେବେ ବିଶ୍ୱରୁ କରୋନା ମହାମାରୀ ଚାଲିଯାଉ ଏବଂ ଋଷ ୟୁକ୍ରେନ
ଯୁଦ୍ଧ ସମାପ୍ତ ହୋଇଯାଉ ଏହାକୁ ଲକ୍ଷ୍ୟ ରଖି ମା’ ଙ୍କ ପାଖରେ ବିଶ୍ଵଶାନ୍ତି ମହାଜଜ୍ଞ ଅନୁଷ୍ଠିତ ହୋଇଥିଲା l

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.