ଗହ୍ମାରିଆରେ ମାଘେ ପର୍ବ ପାଳିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କାଶୀପୁର ପଂଚାୟତ ଅନ୍ତର୍ଗତ ଜନଜାତି ହୋ ସମ୍ପ୍ରଦାୟ ର ଗାଁ ଗହ୍ମାରିଆ ଖେଳ ପଡିଆରେ ଜନଜାତି ସମ୍ରଦାୟର ବଡ଼ ପର୍ବ ମାଘେପର୍ଵ ତିନିଦିନ ବ୍ୟାପି ପାଳିତ ହୋଇଯାଇଛି |ପ୍ରଥମ ଦିନ ସଂଧ୍ୟାରେ ବଡ଼ ପର୍ବ ଯାହାକି ମା ବସୁଧା ଙ୍କୁ ଗ୍ରାମର ମହିଳା ଓ ବାଳିକା ମାନଙ୍କ ଦ୍ୱାରା ପୂଜନ କରାଯାଏ ,ଦ୍ୱିତୀୟ ସନ୍ଧ୍ୟା ରେ ନାଚ ପର୍ବ ମାଦଳ ର ତାଳେ ତାଳେ ମନ ମୁଗ୍ଧ କର ଜନଜାତି ପରିବାର ହୋ ସମ୍ରଦାୟର ନିଜସ୍ୱ ସଂଗୀତ ର ମୂର୍ଚ୍ଛନା ରେ ଝୁମନ୍ତି ସମସ୍ତେ ସେ ନେତା ହୁଅନ୍ତୁ ଅବା ସାଦାରଣ ଜନତା ସମସ୍ତେ ସେ ନାଚ ର ନିୟାରା ଆନନ୍ଦ ଅନୁଭବ କରନ୍ତି |ଶେଷ ଦିନରେ ପାରମ୍ପରିକ ପ୍ରଥା ଅନୂଜୟୀ ମସନସିକ ରଖି କୁକୁର ସହିତ କୁମାରୀ ଙ୍କର ବିବାହ କରାଯାଏ |ମାଘେ ପର୍ବ ର ସମାପନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ ବ୍ୟାଙ୍କ ର ପୂର୍ବତନ ରାଜ୍ୟ ସଭାପତି ଅକ୍ଷୟ କୁମାର ମହାନ୍ତି ,ସମ୍ମାନିତ ଅତିଥି ଭାବେ ବେଗା ଗ୍ରାମପଞ୍ଚାୟତ ର ପ୍ରାକ୍ତନ ସରପଞ୍ଚ ତଥା ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ର ସଭାପତି ପ୍ରଦୀପ କୁମାର ଦାସ ,ସହସଂପାଦକ ସୌମ୍ୟରଞ୍ଜନ ମହାନ୍ତି ଯୋଗ ଦେଇ ଜନଜାତି ପରିବାର ର ବିଭିର୍ଣ୍ଣ ଦିଗରେ କିପରି ଉର୍ନ୍ନତି ହେଇପାରିବ ,ଅବିଭାଷଣ ମାଧ୍ୟମରେ ପରିପ୍ରକାଶ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ୫ଜଣ ପିଲାଙ୍କୁ ଇଂଲିଶ ମିଡିୟମ ସ୍କୁଲ ରେ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼ିବା ପାଇଁ ପ୍ରତିଶୃତି ଦେଇଥିଲେ |ମଣ୍ଟୁ ସାର ମଞ୍ଚ ପରିଚାଳନା କରିଥିବା ବେଳେ ବିଶ୍ଵମୋହନ ସାହୁ ଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ମାନଙ୍କର ଆଗମନ ର ସଂଯୋଜନା କରିଥିଲେ |ଶେଷରେ ନିମନ୍ତ୍ରିତ ଅତିଥି ମାନଙ୍କୁ ମାଦଳର ତାଳେତାଳେ ଗ୍ରାମର ମା ଭଉଣୀ ଓ ଭାଇମାନେ ମିଶି ନାଚି ଥିଲେ |

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.