କଲମ ଚିହ୍ନରେ ଲଢୁଛନ୍ତି ମାନସ କୁମାର

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ଆସନ୍ତା ତା ୨୨/୦୨/୨୨ ରିଖ ତ୍ରିସ୍ତରୀୟ ନିର୍ବାଚନ । ଏହି ନିର୍ବାଚନ ନିମନ୍ତେ ଫତେପୁର ପଞ୍ଚାୟତ ହୋଇ ଉଠିଛି ସରଗରମ । ସବୁଠାରୁ ବେଶୀ ସରଗରମ ହୋଇ ଉଠିଛି ବାଙ୍ଗୁର ଗ୍ରାମ । ଦୁଇ ଗୋଟି ୱାର୍ଡ ଓ ପ୍ରାୟ ୭୦୦ରୁ ଉର୍ଦ୍ଧ୍ବ ଭୋଟରଙ୍କୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ବାଙ୍ଗୁର ଗ୍ରାମ । ୧୧ ନମ୍ବର ୱାର୍ଡରୁ ମାନସ କୁମାର ଦାସ କଲମ ଚିହ୍ନରେ ଲଢୁଛନ୍ତି । ତାଙ୍କର ଲକ୍ଷ୍ୟ ଗ୍ରାମର ବିକାଶ । ସେ ଜଣେ ଅତି ସଚ୍ଚୋଟ, ପରୋପକାରୀ, ମିଷ୍ଟଭାଷୀ, ସ୍ନେହୀ, ବିଚାରବନ୍ତ, ନ୍ଯାୟବନ୍ତ, ଧର୍ମପରାୟଣ, ସମାଜସେବୀ ହୋଇଥିବାରୁ ଗ୍ରାମବାସୀଙ୍କର ଅତି ଆପଣାର ଅଟନ୍ତି । ସେଥିପାଇଁ ଚଳିତ ନିର୍ବାଚନରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ମାନସ କୁମାର ଦାସଙ୍କୁ ଜିତାଇବା ନିମନ୍ତେ ସମସ୍ତ ୱାର୍ଡ ବାସୀମାନେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଜିତିଲେ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁବର୍ଗରୁ ଉଦ୍ୟମ କରି ଗ୍ରାମବାସୀଙ୍କ ମୁହଁରେ ହସଫୁଟାଇବେ ବୋଲି ଶ୍ରୀଯୁକ୍ତ ଦାସ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।।

 

Leave a Reply

Your email address will not be published.