ସଂରକ୍ଷଣରୁ ବାଦ ପ୍ରତିବାଦରେ କେନ୍ଦୁମୁଣ୍ଡି ପଞ୍ଚାୟତରେ ଗଣଧାରଣା

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ପଞ୍ଚାୟତ ନିର୍ବାଚନ ରେ ଆଦିବାସୀମାନଙ୍କୁ ସଂରକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ ବ୍ଲକର ପ୍ରାୟ ୩୦ଟି ପଞ୍ଚାୟତରେ ଧାରଣା ସମେତ ଆଜି କେନ୍ଦୁମୁଣ୍ଡି ଘୁଛେ ପାଳି ଏବଂ ମୁଣ୍ଡମହୁଲ ପଞ୍ଚାୟତରେ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଗଣ ଧାରଣା ଦିଆଯାଇଛି । ସରକାର ଆଦିବାସୀମାନଙ୍କ ରାଜନୈତିକ ସଂରକ୍ଷଣ ପଦବୀ ପାଇଁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ଅସମ୍ବିଧାନିକ ଭାବରେ ବନ୍ଦ କରିଛନ୍ତି । ଆଜି କେନ୍ଦୁମୁଣ୍ଡି ପଞ୍ଚାୟତ କାର୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରି ରାଜ୍ୟ ସରକାରଙ୍କୁ ଦୋଷାରୋପ କରିଛନ୍ତି । ଏହି ଆନ୍ଦୋଳନରେ ପାଟଣାଗଡ଼ ବ୍ଲକ ସଭାପତି ଅଷ୍ଟ ରତନ ବରିହାଙ୍କ ସହ ସମ୍ପାଦକ ସାରଥୀ ବାଗ ଓ କେନ୍ଦୁ ମୁଣ୍ଡି କର୍ମକର୍ତ୍ତା ବୃନ୍ଦ ଦୁର୍ୟ୍ୟୋଧନ ବର୍ଗେ ଏବଂ କେଶବ ବରିହା, ଅନାଦି ଧାରୁଆ, ଅରୁଣ ବର୍ଗେ, ଲଳିତ ମଳିକ ଓ ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ । ରାଜ୍ୟ ସରକାର ଯଦି ଦେଇଥିବା ପଦ ନ ବଦଳାନ୍ତି ତାହେଲେ ରାସ୍ତାଘାଟ ବନ୍ଦ କରିଦେବୁ ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published.