ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ

ପୁରୀ,(ନାଗରାଜ ନ୍ୟୁଜ): ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ।ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧି ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନ ରେ ସଦଭାବନା ସଭାଗୃହ ପରିସରରେ ପୁରୀ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହେଉଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସାଧାରଣ ଲୋକ ମାନଙ୍କ ସମସ୍ୟା, ଆବଶ୍ୟକତା କୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇବା ଓ ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ସାଧାରଣ ଲୋକ ଙ୍କୁ ଅବଗତ ଓ ସଚେତନ କରାଇବାରେ ଗଣମାଧ୍ୟମ ର ଅବଦାନ ଅତୁଳନୀୟ ବୋଲି କହିଥିଲେ। ୧୮୬୬ ମସିହା ଆଜିର ଦିନରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଗଠିତ ହୋଇ ଗଣତନ୍ତ୍ର ର ସମୃଦ୍ଧି ପାଇଁ କାର୍ଯ୍ୟ କରିବା ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ ରେ ସହାୟକ ହେଉଛି। ବିଭିନ୍ନ ବିପର୍ଯ୍ୟୟ,କରୋନା ଇତ୍ୟାଦି କଷ୍ଟକର ସମୟରେ ମଧ୍ୟ ଗଣମାଧ୍ୟମ ଯେପରି କାର୍ଯ୍ୟ କରିଛନ୍ତି ତାହା ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ।

ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଗଣତନ୍ତ୍ର କୁ ମଜବୁତ କରିଥାଏ ବୋଲି କହିବା ସହ ଅନୁସନ୍ଧାନଧର୍ମୀ ଓ ବାସ୍ତବ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ପ୍ରଫେସର ମାନସ ରଞନ ମହାପାତ୍ର ଗଣମାଧ୍ୟମ ର ସୃଷ୍ଟି, ପ୍ରେସ କ୍ଲବ ଅଫ ଇଣ୍ଡିଆ ର ଜନ୍ମ ସମ୍ପର୍କରେ ଆଲୋଚନା କରିବା ସହ ଉତ୍ତମ ଓ ଗୁଣାତ୍ମକ ସାମ୍ବାଦିକତା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କହିଥିଲେ। ସାଧାରଣ ଲୋକ ଙ୍କ ସମସ୍ୟା କୁ ସରକାର ଓ ପ୍ରଶାସନ ନିକଟରେ ପହଞାଇ ସମାଧାନ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ବ୍ରତ ଭାବେ ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ଶ୍ରୀ ବିଶ୍ୱଜିତ ପଟ୍ଟନାୟକ ଓ ଶ୍ରୀ ମଧୁସୂଦନ ମିଶ୍ର ଗଣତନ୍ତ୍ର କୁ ସୁଦୃଢ଼ କରିବାରେ ଗଣମାଧ୍ୟମ ର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ପୁରୀ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସୁବିଧା ପାଇଁ ଗଣମାଧ୍ୟମ ଭବନ ନିର୍ମାଣ ପାଇଁ ଗୁରୁତ୍ୱ ଦେଇ ଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.