ବିଦ୍ୟାଳୟ ପରିଦର୍ଶନରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଖଇରା,(ନାଗରାଜ ନ୍ୟୁଜ):  ଶିକ୍ଷାର ପ୍ରଗତିରେ ସମାଜର ବିକାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଆସୁଅଛନ୍ତି । ଏଥିପାଇଁ ରାଜ୍ୟର ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିର ଉନ୍ନତି ଜାରି ରଖିଛନ୍ତି ରାଜ୍ୟ ସରକାର । ସ୍ଥାନୀୟ ବିଧାୟକ ମଧ୍ୟ ନିଜ ବିଭାଗ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତରେ ଯାଇ ଉନ୍ନତି କଥା ଚିନ୍ତା କରୁଛନ୍ତି । ସେହି ପରିପ୍ରେକ୍ଷୀରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ସାରକୋଣା ଗ୍ରାମରେ ଥିବା ସାରକୋଣା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମାନ୍ଯବର ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ପ୍ରକାଶଥାଉକି- ଅସମ୍ପୂର୍ଣ୍ଣ ହୋଇ ରହିଥିବା ବିଦ୍ୟାଳୟର ଶ୍ରେଣୀଗୃହ ବାଵଦରେ ବାରମ୍ବାର ଦାବି ହୋଇ ଆସୁଥିଲା । ହଠାତ୍ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଶ୍ରେଣୀଗୃହ ସମ୍ପୂର୍ଣ୍ଣ ନିମନ୍ତେ ନିଜସ୍ୱ ହାତପାଣ୍ଠିରୁ ୬ ଲକ୍ଷ ଯୋଗାଇ ଦେବାପାଇଁ ଘୋଷଣା କରିଛନ୍ତି । ଉକ୍ତ ପରିଦର୍ଶନ ବେଳେ ସାରକୋଣା ସରପଞ୍ଚ ସୁଶାନ୍ତ ନାୟକ, ଖଇରା ବ୍ଲକ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା ଓ ସାରକୋଣା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.