ମାହାଙ୍ଗାରେ ମିଶନ ଶକ୍ତିର ସମୀକ୍ଷା ବୈଠକ, ମହିଳାମାନଙ୍କୁ ସଶକ୍ତ କରିବାପାଇଁ ଆଇନି ମନ୍ତ୍ରୀଙ୍କ ଆହ୍ୱାନ

କଟକ, (ନାଗରାଜ ନ୍ୟୁଜ): ମାହାଙ୍ଗାରେ ମିଶନ ଶକ୍ତିର ସମୀକ୍ଷା ବୈଠକ, ମହିଳାମାନଙ୍କୁ ସଶକ୍ତ କରିବାପାଇଁ ଆଇନି ମନ୍ତ୍ରୀଙ୍କ ଆହ୍ୱାନ । ସମୟ ବଦଳି ଯାଇଛି, ମହିଳାମାନେ ଆଉ ଘର କୋଣରେ ବସି ରହୁ ନାହାନ୍ତି । ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଦିନେ ବିଜୁବାବୁ ନାରୀ ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦେଇ ଆସୁଥିଲେ । ଆଜି ତାଙ୍କ ପୁଅ ନବୀନ ପଟ୍ଟନାୟକ ମିଶନ ଶକ୍ତି ଜରୀଆରେ ମହିଳାମାନଙ୍କୁ ଆଗକୁ ବଢିବାପାଇଁ ସୁଯୋଗ ଦେଇଛନ୍ତି । ମାହାଙ୍ଗା ଗ୍ରାମ ପଞ୍ଚାୟତରେ ଆଜି ୧୦୧ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକତ୍ରିତ କରାଯାଇ ସେମାନଙ୍କ କାର୍ୟ୍ୟ ଦକ୍ଷତାର ସମୀକ୍ଷା କରାଯାଇଥିଲା ।

ବୈଠକରେ ସିଡିପିଓ ପ୍ରମୋଦିନୀ ଦାଶ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଆଇନି ଓ ପଞ୍ଚାୟତରାଜ ମନ୍ତୀ ପ୍ରତାପ ଜେନା ଯୋଗଦେଇ ଏହି ଗ୍ରାମୀଣ ମହିଳା ମାନଙ୍କ କାର୍ୟ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ବ୍ଲକ ମହିଳା ଫେଡେରେସନ ସଭାପତି ସୁସ୍ମିତା ଦାସ, ପଞ୍ଚାୟତ ଫେଡେରେସନ ସଭାନେତ୍ରୀ ପ୍ରତିମା ମହାନ୍ତି, ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ଏହି କାର୍ୟ୍ୟକ୍ରମକୁ ସମାଜସେବୀ ରଜନୀକାନ୍ତ ପରିଡା,ନିରଞ୍ଜନ ମହାନ୍ତି, ତାରାକାନ୍ତ ମହାପାତ୍ର, ଅମର ମୁଖାର୍ଜୀ, ସୁରେଶ ଜେନା, ଯୋଗେଶ ମହାନ୍ତି, ଜଗନ୍ନାଥ ମହାନ୍ତି ଓ ତପନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏକ ହଜାରରୁ ଉର୍ଦ୍ଧ୍ଵ ମହିଳା ସଦସ୍ୟାଙ୍କୁ ବୈଠକରେ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.