ମହା ଆଡ଼ମ୍ବରରେ ହୋଲି ପାଳିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ ହୋଲି ପର୍ବକୁ ମହାଆଡମ୍ବରରେ ପାଳିଲେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ଭାରତର ବିଭିନ୍ନ ଜାଗାରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଆଜି ପୁରୀ ସହରର ବଡଦାଣ୍ଡ ଠାରୁ ଆରମ୍ଭ କରି ସମୁଦ୍ରକୂଳ ଓ ପ୍ରତ୍ୟେକ ସାହିର ଗଳି କନ୍ଦିରେ ହୋଲିର ମାହୋଲ ପୁରା ବାରି ହୋଇଯାଉଥିଲା । କେଉଁ ସାହିରେ ସାଙ୍ଗସାଥି ମାନେ ଏକାଠି ଛିଡ଼ା ହୋଇ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ରୋକି ଅତି ଭାବରେ ଅତି ପ୍ରେମରେ ଭାଉ ଗୋଟେ ସିଡିଟେ ହଉ କହି ତା’ ପରେ ପୁରା ମୁହଁ ସାରା ରଙ୍ଗ ବୋଳି ବିକୃତ କରି ଦେଉଥିଲେ । ଆଉ କେଉଁଠି ସାଙ୍ଗମାନେ ଏକାଠି ହୋଇ ଡିଜେ ଲଗାଇ ଡ୍ୟାନ୍ସ କରୁଛନ୍ତି ଓ ପରସ୍ପର ଭିତରେ ରଙ୍ଗ ଫିଙ୍ଗା ଫିଙ୍ଗି ଖେଳ ଖେଳୁଛନ୍ତି । ଆଜି ପୁରୀ ସହରରେ ଚୁଡଙ୍ଗସାହି ବଡୁ ମହାପାତ୍ର ଜାଗା ନିକଟରେ କିଛି ଯୁବକ ପୁରା ଗାଁ ଢାଞ୍ଚାରେ ଗୋଟେ ପିଲାକୁ ମୂର୍ଦାର କରି ତାଙ୍କୁ କୋକେଇରେ ନଦୀ ଡୁଆରେ ଥୋଇ କାନ୍ଦ ବୋବାଳି ପକାଇ ରାମନାମ ସତ୍ୟହେ କହି ଡାକ ଛାଡି ଘରୁ ଘରୁ ଭୋଜି କରିବା ପାଇଁ ପଇସା ଆଦାୟ କରୁଥିବାର ଦୃଶ୍ୟ ଅତି କୌତୁହଳ ପୂର୍ଣ୍ଣ ଓ ଆନନ୍ଦଦାୟକ ଥିଲା । ଏହାରି ମଧ୍ୟରେ କିନ୍ତୁ ଭିନ୍ନ ଢଙ୍ଗରେ ହୋଲି ଖେଳିଥିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ସମସ୍ତଙ୍କର ଅତିପ୍ରିୟ ନିଲୁ ଭାଇନା । ନିଜ ଦୁଆର ମୁହଁରେ ବସି ତାଙ୍କ ଘରକୁ ଆସୁଥିବା ଲୋକ ଓ ସେହି ରାସ୍ତା ଦେଇ ଯାଉଥିବା ସମସ୍ତ ଲୋକଙ୍କୁ ଅବିର ବୋଳି ରସଗୋଲା ଖୁଆଇ ଅତି ଆନନ୍ଦ ମନରେ ରଙ୍ଗ ଖେଳୁଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.