୮୦ ତମ ଅନନ୍ୟା ଅଡିଓ ଆସରରେ ମାଆଙ୍କୁ ମିଳିଲା ସମ୍ମାନ

ବାଲେଶ୍ବର, (ନାଗରାଜ ନ୍ୟୁଜ): କେନ୍ଦୁଝର ସୁନ୍ଦର ମୋ ଭାଷା ସାହିତ୍ୟ ଜଂଭରା କେନ୍ଦୁଝରର ୮୦ତମ ଅନନ୍ୟା ଅଡିଓ କବିତା ଆସର ମହାସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଆଙ୍କ ଶ୍ରେଷ୍ଠ ପର୍ବ ରଜ ଉପଲକ୍ଷେ ଅନୁଷ୍ଠିତ ଆସରଟି ଅନୁଷ୍ଠାନ ପ୍ରାଣ ପ୍ରତିଷ୍ଠାତା ତଥା ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅନନ୍ୟାର ବରିଷ୍ଠ ପ୍ରତିଭା ପ୍ରଫୁଲ୍ଲ କୁମାର ହୋତା ଉଦ୍ଘାଟନ କରିଥିବା ବେଳେ ଭୁବନେଶ୍ବରର ଜଣେ ସୁଗୃହୀଣୀ ସମାଜସେବୀ ସାହିତ୍ୟିକା ଅନୀମା ପଟ୍ଟନାୟକ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ । ରଜ ମଉଜ ବିଶେଷାଙ୍କ ଆସରରେ ଅନୁଷ୍ଠାନ ସ୍ଥିରୀକୃତ କରିଥିବା ତିନି ପ୍ରତିଭାଙ୍କ ଜନ୍ମଦାତ୍ରୀ ମାଆଙ୍କୁ ସମ୍ମାନୀତା ଅତିଥି ରୂପରେ ମଞ୍ଚ ମଣ୍ଡନ କରାଇ ଅଜସ୍ର ସମ୍ମାନ ଅର୍ପଣ କରାଯାଇଥିଲା । ସୁଶ୍ରୀ ଆରାଧାଙ୍କ ଶଙ୍ଖଧ୍ୱନି ଆସରର ଭିତ୍ତି ପ୍ରସ୍ତର ପକାଇବା ସଂଗେ ସଂଗେ ବିଶ୍ୱନିୟନ୍ତାଙ୍କୁ ଭକ୍ତିର ଅର୍ଘ୍ୟ ଭକ୍ତି ନୈବେଦ୍ୟ କରିଥିଲେ ଅନନ୍ୟା ଅନନ୍ୟ ପ୍ରତିଭା ଅଙ୍କିତା ଦାଶ, ଉଜ୍ଜୟିନୀ ମିଶ୍ର ଓ ଅଙ୍କିତା ପ୍ରିୟଦର୍ଶିନୀ । ମୁଖ୍ୟ ଅତିଥୀଙ୍କ ଆଶୀର୍ବଚନ ଉପାଦେୟ ଥିବାବେଳେ ତିନି କଣ୍ଠଶିଳ୍ପୀଙ୍କ ମାଆ ଯଥା ରଞ୍ଜିତାରାଣୀ ଦାଶ, ଅର୍ଚ୍ଚନା ମିଶ୍ର ଓ ମାଣିକେଶ୍ୱରୀ ଜେନାଙ୍କ ହୃଦୟୀ ବାର୍ତ୍ତା ପ୍ରତ୍ୟେକ ମାଆଙ୍କ ଶିଶୁଙ୍କୁ ଉତ୍ତମ ପ୍ରେରଣା ଯୋଗାଇଥିଲା । ତତ୍ପରେ ପ୍ରଭଞ୍ଜନ ତ୍ରିପାଠୀଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ସଭିଙ୍କୁ ଖୁସି ବାଣ୍ଟି ଦେଇଥିଲା । ସମ୍ପାଦକଙ୍କ ବଳିଷ୍ଠ ସଂଯୋଜନାରେ ପରିଚାଳିତ ଆସରରେ ରଜ ପର୍ବର ମାହାତ୍ମ୍ୟ, ସେ କାଳର ରଜ, ଏବେର ରଜ, ରଜଗୀତ, ଅଭିମାନିନୀ ରଜ, ହୃଦରୁ ଡାକୁଛି ରଜ ଏଇମିତି ୩୦ରୁ ଉର୍ଦ୍ଧ୍ବ ଛନ୍ଦମୁକ୍ତ ଓ ଛନ୍ଦ କବିତା ରସବୋଧ ଆବୃତ୍ତି କରାଯାଇଥିବା ବେଳେ ଅନ୍ୟାନ୍ୟ ହୃଦୟସ୍ପର୍ଶୀ ୮ଟି କବିତା ଆବୃତ୍ତି କରାଯାଇଥିଲା । ଯୁବ ସାମ୍ବାଦିକ ଓ ଅନନ୍ୟା ସଦସ୍ୟ ଧିରେନ୍ଦ୍ର ମଲ୍ଲିକ ଓ ବାଲେଶ୍ଵର ଓ ଅନନ୍ୟା ସଦସ୍ୟ ନରେନ୍ଦ୍ର ପ୍ରସାଦ ବେହେରା ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇଥିବା ବେଳେ ବରିଷ୍ଟ ପ୍ରତିଭା ଡ଼ଃ ନୀଳାଦ୍ରୀ ଜଗଦେଵ, ମାନସୀ ବେହୁରା, ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର ନିରୀକ୍ଷକ ଦାୟିତ୍ୱ ନିଭାଇଥିଲେ । ଅଂଶୁମାନ ସ୍ବାଇଁ ଓ ବିଷ୍ଣୁପ୍ରସାଦ ମିଶ୍ରଙ୍କ ଦ୍ୱାରା ସଭିଙ୍କୁ ପ୍ରୋତ୍ସାହିତ କରାଯାଇଥିବା ବେଳେ ସ୍ୱାଗତିକା ସାହୁଙ୍କ ଅନୁପମ ଅନୁଷ୍ଠାନ ବାର୍ତ୍ତା, ପ୍ରଫୁଲ୍ଲ ହୋତାଙ୍କ ଧନ୍ୟବାଦ, ସ୍ୱପ୍ନା ମହାନ୍ତିଙ୍କ ଅଭିନବ ଅନୁଭୂତି ତଥା ତାନଶ୍ରୀ ପାଣିଗ୍ରାହୀଙ୍କ ଶାନ୍ତି ପାଠ ଆସରର ଯବନିକା ଟାଣିଥିଲା ।ଆସରର ଅନ୍ତିମ ପର୍ବରେ ସମସ୍ତ କବିତା ଓ ସଙ୍ଗୀତକୁ ମା ତାରିଣୀଙ୍କୁ ସମର୍ପଣ କରାଯାଇଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.