ହାଇୱା ଧକ୍କାରେ ବାଇକ ଚାଳକର ମୃତ୍ୟୁ

କୁତ୍ରା: ବିଜୁ ଏକ୍ସପ୍ରେସ ୱେର ବିରିଙ୍ଗାଟୋଲି ଠାରେ ଏକ ହାଇୱା ଧକ୍କାରେ ଜଣେ ବାଇକ ଚାଳକର ମୃତ୍ଯୁ ହୋଇଛି । ଘଟଣା ଅନୁସାରେ ତଲସରା ଥାନା ବନଡେଗା ଫାଣ୍ଡି ଅନ୍ତର୍ଗତ ଫଲସା ଗ୍ରାମର ପ୍ରେମଦାନ ଏକ୍କା ନିଜ ଭାଣଜୀକୁ ରାଜଗାଂଗପୁରର ଜଡାକୁଦରେ ଛାଡି ଘରକୁ ଫେରୁଥିବା ବେଳେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ପ୍ରେମଦାନଙ୍କୁ ଉଦ୍ଧାର କରି କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆବଶ୍ୟକ ଚିକିତ୍ସା ପାଇଁ ଆରଜିଏଚକୁ ସ୍ଥାନାନ୍ତର ପାଇଁ ଉଦ୍ୟମ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ମୃତ ଯୁବକର ପତ୍ନୀ ନିଜର ୨ ବର୍ଷର ପୁଅ ସହ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସି ପହଁଞ୍ଚିଥିଲେ । କୁତ୍ରା ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ପଠେଇଛି ।ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଥିବା ହାଇୱକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।

Leave a Reply

Your email address will not be published.