ପରିବା ବେପାରୀଙ୍କୁ ହତ୍ୟା

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । ଠେଙ୍ଗାରେ ପିଟି ପିଟି ଜଣେ ପରିବା ବେପାରୀକୁ ହତ୍ୟା କଲା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଟାବାହାଳ ଗାଁରେ । ମୃତ ପରିବା ବେପାରୀ ଜଣଙ୍କ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହାଳ ଗାଁର ରମେଶ ଚନ୍ଦ୍ର ଦେହୁରୀ । ରମେଶ ଗାଁ ପାଖ ଶାଳମୁଣ୍ଡା ପୋଖରୀରୁ ଗଧୋଇ ସାରି ଘରକୁ ଫେରୁଥିବା ବେଳେ ପାଟରପଦା ଗାଁର ବଗଲା ବାରିକ ନିଜ ସହଯୋଗୀ ସନ୍ତୋଷ ବାରିକଙ୍କ ସହିତ ମିଶି ଠେଙ୍ଗାରେ ପିଟି ପିଟି ରମେଶଙ୍କୁ ହତ୍ୟା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଳାଇଛି । ତେବେ ଏହା ପାରିବାରିକ କଳହରୁ ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଥାଉକି ରମେଶ କଟକରେ ରହି ପରିବା ବେପାର କରନ୍ତି ।  ଏବେ କିଛି ଦିନ ହେବ ଗାଁ କୁ ଆସିଥିଲେ,ହେଲେ ଏହି ଆସିବା ମହଙ୍ଗା ପଡିଲା ରମେଶଙ୍କୁ, ତେବେ ଦେଖିବାକୁ ବାକିରହିଲା କେବେ ନୟା ମିଳୁଛି ରମେଶଙ୍କୁ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.