ସ୍ୱର୍ଗତ ଦୟାନିଧି ମହାନ୍ତିଙ୍କୁ ମରଣତ୍ତୋର ସମ୍ମାନ ପ୍ରଦାନ କଲା ମୋ ଅନୁଷ୍ଠାନ

ଖଇରା, (ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତ ଗୋଳିହା ଗ୍ରାମର ସ୍ୱର୍ଗତ ଦୟାନିଧି ମହାନ୍ତିଙ୍କୁ ମରଣତ୍ତୋର ସମ୍ମାନ ପ୍ରଦାନ କଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା ଓ ବାଲେଶ୍ଵର । ସ୍ୱର୍ଗତ ମହାନ୍ତି ଗ୍ରାମରେ ଜଣେ ପରୋପକାରୀ ଓ ଉଦାର ହୃଦୟବାନ୍ ବ୍ୟକ୍ତି ଥିଲେ । ଗରିବ ଅଭାବୀ ପରିବାରର ହୋଇଥିବା କାରଣରୁ ପରିବାର ପ୍ରତିପୋଷଣ ନିମନ୍ତେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାର୍ଯ୍ୟ କରୁଥିଲେ । ସେ କରୋନାରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ମୋ ଅନୁଷ୍ଠାନର ସଦସ୍ୟମାନେ ପହଞ୍ଚିଥିଲେ ସ୍ୱର୍ଗତ ମହାନ୍ତିଙ୍କ ପରିବାର ଲୋକଙ୍କ ପାଖରେ । ସ୍ୱର୍ଗତ ମହାନ୍ତିଙ୍କ ସ୍ତ୍ରୀ ସ୍ମିତାଞ୍ଜଳି ମହାନ୍ତିଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ ପରେ ସ୍ୱର୍ଗତ ମହାନ୍ତିଙ୍କୁ ମରଣତ୍ତୋର ସମ୍ମାନ-୨୦୨୧ ପ୍ରଦାନ କରିଛି ମୋ ଅନୁଷ୍ଠାନ । ଅନୁଷ୍ଠାନ ତରଫରୁ ନିଜେ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସ୍ୱର୍ଗତ ମହାନ୍ତିଙ୍କ ଘରେ ପହଞ୍ଚି ଏ ସମ୍ମାନ ପ୍ରଦାନ କରିଛନ୍ତି । ଏଥିସହିତ ଆଗାମୀ ଭବିଷ୍ୟତ ନିମନ୍ତେ ଯେତେ ପ୍ରକାର ସାହାଯ୍ୟ ସହଯୋଗ ଆବଶ୍ୟକ ଅନୁଷ୍ଠାନ ତା’ର ସକ୍ଷମ ଅନୁଯାୟୀ ପୂର୍ଣ୍ଣ କରିବ ବୋଲି ସମ୍ପାଦକ ପ୍ରତିଶୃତି ଦେଇଛନ୍ତି । ସ୍ୱର୍ଗତ ମହାନ୍ତିଙ୍କ ୨ଟି ଝିଅ ଓ ଗୋଟେ ପୁଅ ଅଛନ୍ତି ।

Leave a Reply

Your email address will not be published.