ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵରର ଦ୍ୱିତୀୟ ବାର୍ଷିକ ଉତ୍ସବ ଖଇରା ବ୍ଲକ କୋଚିଆକୋଇଲି କଲ୍ୟାଣ ମଣ୍ଡପ ପରିସରରେ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଚେୟାରମ୍ୟାନ ଅଭିଲିପ୍ସା ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ସଭାପତି ନାରାୟଣ ଚନ୍ଦ୍ରସେନାପତି ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ, ସମାଜସେବୀ ରଶ୍ମିତା ମହାପାତ୍ର ଓ ଚେୟାରମ୍ୟାନ ଅଭିଲିପ୍ସା ସାହୁଙ୍କ ଅଭିଭାଷଣ ବେଶ୍ ହୃଦୟସ୍ପର୍ଶୀ ଥିଲା । କବିତା ସଂଯୋଜନା କରିଥିଲେ କବୟିତ୍ରୀ ତାନଶ୍ରୀ ମହାପାତ୍ର ଓ ଭାରତୀ ସାହୁ । ଏହି ସାରସ୍ଵତ ସାହିତ୍ୟ ସମାରୋହ କାର୍ୟ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବି କବୟିତ୍ରୀ ସରସ୍ୱତୀ ପଣ୍ଡା, ଭାରତୀ ସାହୁ, ରଶ୍ମିତା ପାତ୍ର, ସୁଜାତା ଦାସ ମହାନ୍ତି, ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ, ଦିପ୍ତୀମୟୀ ଜେନା ଓ ସାଗର ମହାପାତ୍ରଙ୍କ ସମେତ ୨୫ ଟି ଜିଲ୍ଲାରୁ ଆସିଥିବା କବି କବୟିତ୍ରୀମାନେ କବିତା ପାଠକରି ଆତ୍ମସନ୍ତୋଷ ଲାଭ କରିଥିଲେ । ଅନୁଷ୍ଠାନର ସଦସ୍ୟା ସରସ୍ୱତୀ ପଣ୍ଡା, ଭାରତୀ ସାହୁ, ସୁଜାତା ଦାସ ମହାନ୍ତି, ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ ଓ ରଶ୍ମିତା ପାତ୍ରଙ୍କୁ ଘୋଷଣା ଅନୁଯାୟୀ ଅନୁଷ୍ଠାନ ତରଫରୁ ପୋଷାକ ବଣ୍ଟନ କରାଯାଇଥିଲା । ସମସ୍ତଙ୍କୁ ସାହିତ୍ୟ ପ୍ରୋତ୍ସାହନ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଉଧ୍ୱର୍ ଲୋକଙ୍କୁ କରୋନା ଯୋଦ୍ଧା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଭା ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ବଣ୍ଟନ କରାଯାଇଥିଲା । ସରସ୍ୱତୀ ପଣ୍ଡା, ଭାରତୀସାହୁ, ରଶ୍ମିତା ପାତ୍ର, ଗୋକୁଳ ସାହୁ, ତପନ କୁମାର ବେହେରା, ତାନଶ୍ରୀ ପାଣିଗ୍ରାହୀ, ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ, ଭାରତୀ ସାହୁ, ସାଗର କୁମାର ପରିଡା ପ୍ରମୁଖ ୬୦ରୁ ଉଧ୍ୱର୍ କବି କବୟିତ୍ରୀ ଉପସ୍ଥିତ ରହି କବିତା ପାଠକରି ସମ୍ବର୍ଦ୍ଧିତ ହୋଇଥିଲେ । ଏଥିସହିତ ଅନୁଷ୍ଠାନର କୋଷାଧ୍ୟକ୍ଷ ସନ୍ଦିପ ମାଝୀ ଓ ତାଙ୍କ ସ୍ତ୍ରୀ ସୁନିତା ପରିଡାଙ୍କୁ ପ୍ରଥମ ବର୍ଷ ବିବାହ ଅଭିନନ୍ଦନ ଜଣାଇଥିଲା ମୋ ଅନୁଷ୍ଠାନ ପରିବାର । ସଭାପତି ନାରାୟଣ ଚନ୍ଦ୍ର ସେନାପତି, ଚେୟାରମ୍ୟାନ ଅଭିଲିପ୍ସା ସାହୁ, ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ ଓ ସମାଜସେବୀ ରଶ୍ମିତା ମହାପାତ୍ରଙ୍କ ସାହିତ୍ୟ ସମ୍ବନ୍ଧୀୟ ଭାଷଣ ସମସ୍ତଙ୍କୁ ବେଶ ଆକୃଷ୍ଟ କରିଥିଲା । ବରିଷ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସଙ୍କ ଦ୍ୱାରା ପରିଚାଳିତ କାର୍ୟ୍ୟକ୍ରମରେ ସମସ୍ତେ ଆନନ୍ଦିତ ଓ ସମ୍ବର୍ଦ୍ଧିତ ହୋଇ ଫେରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published.