ନୂଆବର୍ଷରେ ପର୍ଯ୍ୟଟକଙ୍କୁ ନିରାଶ କଲା ନନ୍ଦନକାନନ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ନୂଆବର୍ଷରେ ପର୍ଯ୍ୟଟକଙ୍କୁ ନିରାଶ କଲା ନନ୍ଦନକାନନ । ଡିସେମ୍ବର ୩୦ ତାରିଖରୁ ଆସନ୍ତା ଜାନୁଆରୀ ୩ ତାରିଖ ଯାଏଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ବୋଟାନିକାଲ ଗାର୍ଡେନ। କୋଭିଡ ମହାମାରୀର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଯୋଗୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଜଣାଯାଇଛି । ଯେହେତୁ ନୂଆବର୍ଷରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ରୁହେ, ସଂକ୍ରମଣ ବହୁ ମାତ୍ରାରେ ବ୍ୟାପିବା ଆଶଙ୍କା ପ୍ରକାଶ ପାଇଥିଲା । ଅନ୍ୟପଟେ ରାଜ୍ୟରେ ୪ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି । ଏହି କାରଣରୁ ନନ୍ଦନକାନନକୁ ବନ୍ଦ ରଖିବାର ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ନୂଆବର୍ଷ ଆସୁଥିବାରୁ ପର୍ଯ୍ୟଟକଙ୍କୁ ଏହି ଖବର ସପୂର୍ଣ୍ଣ ଭାବେ ନିରାଶ କରିଛି । ନୂଆ ଅବସରରେ ସମସ୍ତେ ନିଜ ନିଜ ପରିବାର ସହ ନନ୍ଦନକାନନ ବୁଲିବାକୁ ଆସିଥାନ୍ତି । ଛୋଟ ଛୋଟ ପିଲାମାନେ ମଧ୍ୟ ନନ୍ଦନକାନନରେ ଆସି ଭରପୂର ମଜା କରିଥାନ୍ତି । କିନ୍ତୁ ଚଳିତବର୍ଷ ଓମିକ୍ରନ ପାଇଁ ନୂଆବର୍ଷ ଫିକା ପଡ଼ିବାକୁ ଯାଉଛି ।

Leave a Reply

Your email address will not be published.