ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଉପସଭାପତି ହେଲେ ନରେନ୍ଦ୍ର ପ୍ରସାଦ ବେହେରା

ବାଲେଶ୍ଵର,(ନାଗରାଜ ନ୍ୟୁଜ): କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରସ୍ଥ ଆନ୍ଧ୍ର ଭାଷା ବିବର୍ଦ୍ଧନି ସମାଜ ସଭାକକ୍ଷ ଠାରେ ସଂଘ କାର୍ୟ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ୟ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ମୁଖ୍ୟ ବକ୍ତା ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ସତ୍ୟ ମହାରଣା, ନିର୍ଦ୍ଦେଶକ ହୃଷୀକେଶ ହୋତା, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଗୀତା ସ୍ୱାଇଁ ପ୍ରମୁଖ ଯୋଗଦେଇ ସଂଘ ତାହାର ନିଷ୍ଠାପର ସେବା ପ୍ରଦାନ ଭିତରେ ମାତ୍ର ଆଜି ତିନି ବର୍ଷ ମଧ୍ୟରେ ରାଜ୍ୟ ସାରା ବ୍ୟାପ୍ତ ହୋଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁନାପୁର ଶ୍ରୀ ଶ୍ରୀ ମା’ ବୁଢ଼ୀ ଠାକୁରାଣୀ ଭଜନ ସଂଘର ଶିଳ୍ପୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ସଂଘର ବୁଗୁଡ଼ା ସଂଯୋଜକ ତ୍ରିଲୋଚନ ପଣ୍ଡାଙ୍କ ରଚିତ କରୋନା ଦେବୀ ବ୍ରତ କଥା ପୁସ୍ତିକା ଲୋକାର୍ପିତ ହୋଇଥିଲା । ଏହି ଅବସରରେ ସର୍ବସମ୍ମତି କ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସଭାପତି, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକାରୀ ସଭାପତି ଏବଂ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିଲା । ସେହିଭଳି ଅନ୍ୟାନ୍ୟ ପଦ ପଦବୀ ତଥା କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଜିଲ୍ଲାର ପ୍ରତ୍ୟେକ ବ୍ଲକସ୍ତରୀୟ ସଂଯୋଜକ ମାନଙ୍କୁ ନିଆଯାଇଛି ।

ସେହିଭଳି ରାଜ୍ୟ ସ୍ତରୀୟ ସଂଗଠନ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ର କାର୍ଯ୍ୟକାରିଣୀ କମିଟି ତଥା କର୍ମକର୍ତ୍ତା ଘୋଷିତ ହୋଇ ଯାଇଛି । ସର୍ବସମ୍ମତି କ୍ରମେ ପଣ୍ଡିତ ବିଶ୍ଵନାଥ ଶତପଥୀ, ସଙ୍ଗୀତଜ୍ଞ ସିମାଞ୍ଚଳ ଦାସ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ୱର୍ଲ୍ଡ ୱାଚ ସମ୍ପାଦକ ଦିଲ୍ଲୀପ ଦାସ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ, ବରିଷ୍ଠ ନାଟମଣିଷ ମେଜର୍ ରମା ରମଣ ପାଢ଼ୀ ପ୍ରମୁଖଙ୍କୁ ଉପଦେଷ୍ଟା ଏବଂ ସର୍ବଶ୍ରୀ ପ୍ରମୋଦ କୁମାର ଦଣ୍ଡସେନା, ରବୀନ୍ଦ୍ର ନାଥ ମିଶ୍ର, ସଞ୍ଜୟ କୁମାର ବିଷୋୟୀ, ସୁଦାମ ପଟ୍ଟନାୟକ, ହୃଷୀକେଶ ହୋତା, ତ୍ରିଲୋଚନ ପଣ୍ଡା, ଗୀତା ସ୍ୱାଇଁ ପ୍ରମୁଖ ମହାସଂଘର କାର୍ୟ୍ୟକାରୀ ସଦସ୍ୟ/ସଦସ୍ୟା ଭାବେ ଚୟନ କରାଯାଇଛି । ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ସଭାପତି, ଦୁର୍ଗା ପ୍ରସାଦ ଆଚାର୍ୟ୍ୟ ଓ ରାଜେନ୍ଦ୍ର ପାଢ଼ୀଙ୍କୁ କାର୍ୟ୍ୟକାରୀ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ମହେନ୍ଦ୍ର କୁମାର ନାୟକ, ପେଣ୍ଡ୍ରା ପ୍ରସାଦ ନାୟକ, ବାଲାଜୀ ସାମନ୍ତରାୟ ଏବଂ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ତଥା କବି ଓ ସାହିତ୍ୟିକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖଙ୍କୁ ଉପସଭାପତି ଭାବେ ଚୟନ କରାଯାଇଛି । ଜୟକୃଷ୍ଣ ପଟ୍ଟନାୟକ ଓ ଜୟନ୍ତୀ ନନ୍ଦ ସହ ସମ୍ପାଦକ ବା ସହଯୋଗୀ ସଚିବ ଭାବେ ମନୋନୀତ ହୋଇଥିବା ବେଳେ ନୃତ୍ୟାଚାର୍ୟ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମହାସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି। ସୁଦୂର ବାଲେଶ୍ଵରରୁ ଶ୍ରୀ ବେହେରା ମହାସଙ୍ଘରେ ଉପସଭାପତି ପଦବୀ ପାଇଥିବାରୁ ବେଶ୍ ଖୁସି ଅନୁଭବ କରିବା ସହିତ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆବଶ୍ୟକ ହେଲେ ଆଗାମୀ ଦିନରେ ମହାସଙ୍ଘ ମାଧ୍ୟମରେ ବାଲେଶ୍ଵର ଜିଲ୍ଲାର କଳାକାର ମାନଙ୍କ ଉନ୍ନତି ନିମନ୍ତେ ରାଜରାସ୍ତାକୁ ଉହ୍ଲାଇବେ ପାଇଁ ତିଳେମାତ୍ର କୁଣ୍ଠାବୋଧ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ସଂଘ ସହସଂପାଦକ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Leave a Reply

Your email address will not be published.