ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଯାପିତ

ପୁରୀ,(ନାଗରାଜ ନ୍ୟୁଜ): ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତେଣୁ ସଡକ ସୁରକ୍ଷା ନିୟମକୁ ଅନୁପାଳନ କଲେ ପ୍ରତିଟି ଜୀବନ ରକ୍ଷା ହୋଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଆହ୍ୱାନ ଦେଇଛନ୍ତି।ଆଜି ଅପରାହ୍ନରେ ସଦଭାବନା ସଭାଗୃହ ପରିସରରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ମୁଖ୍ୟତଃ ଦୁର୍ଘଟଣା ପାଇଁ ରାସ୍ତା ନିର୍ମାଣ ରେ ତୃଟି, ପଥଚାରୀ ମାନଙ୍କ ଅସାବଧାନତା ଓ ଗାଡି ଚାଳନା ସମୟରେ ସଚେତନତାର ଅଭାବ ପ୍ରମୁଖ କାରଣ ହୋଇଥାଏ।ବର୍ତ୍ତମାନ ରାସ୍ତା କୁ ସଠିକ କରାଯିବା ସହ ବିଭିନ୍ନ ସୁରକ୍ଷା ସଂକେତ ମଧ୍ୟ ଦିଆଯାଉଛି।କିନ୍ତୁ ଗାଡି ଚାଳକ ସଚେତନ ହେଲେ ହିଁ ଅଯଥା ଜୀବନହାନି ରୋକାଯାଇ ପାରିବ ବୋଲି ସେ କହିଥିଲେ। ଉପଜିଲ୍ଲାପାଳ ଭବତାରଣ ସାହୁ ମାଦକ ଦ୍ରବ୍ଯ ସେବନ କରି ଡ୍ରାଇଭିଂ,ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର, ହେଲମେଟ, ସିଟବେଲ୍ଟ ବ୍ୟବହାର ନ କରିବା, ଭୁଲ ରୁଟରେ ଗାଡି ଚାଳନା, ଓଭର ଲୋଡିଂ ଇତ୍ୟାଦି ପାଇଁ ହେଉଥିବା ଦୁର୍ଘଟଣା ପାଇଁ ବ୍ୟାପକ ସଚେତନତା ବା ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କହିଥିଲେ। ଟ୍ରାଫିକ ଡିଏସପି ମନୋବ୍ରତା ଶତପଥୀ, ସଚିନ ପଟେଲ ଦୁର୍ଘଟଣା ର କାରଣ ଓ ନିରାକରଣ, ଅମାନିଆ ଙ୍କ ପାଇଁ ଆଇନର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ପ୍ରତ୍ୟେକ ସଡକ ସୁରକ୍ଷା ନିୟମ କୁ ମାନିବାକୁ ଅନୁରୋଧ କରିଥିଲେ।

ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରି ବର୍ତ୍ତମାନ ଉନ୍ନତ ମାନର ରାସ୍ତା ନିର୍ମାଣ ସହ ଦୁର୍ଘଟଣାକୁ ବୈଜ୍ଞାନିକ ଓ ବୈଷୟିକ ଭାବେ ଅନୁସନ୍ଧାନ କରାଯାଉଛି ଓ ଉଦ୍ଧାର କର୍ତ୍ତା ଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ଗୋଲ୍ଡେନ ସମୟ ବା ଦୁର୍ଘଟଣା ପରେ ପରେ ଯଥା ଶୀଘ୍ର ଚିକିତ୍ସା ପାଇଁ ନାଗରିକ ମାନଙ୍କୁ ସଚେତନ କରାଯାଉଛି ବୋଲି କହିଥିଲେ।ଏମ ଭି ଆଇ ବାମଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଆସୋସିଏସନ ଅଫ ଟୁଇଟର ଆକ୍ଟିଭିଷ୍ଟର ସଭାପତି ବିସ୍ମୟ ମିଶ୍ର ସଭା ପରିଚାଳନା କରିଥିଲେ।ଏହି ଅବସରରେ ଅତିଥି ମାନେ ସଡକ ସୁରକ୍ଷା ରେ ନିୟୋଜିତ ଅଧିକାରୀ, କର୍ମଚାରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏଥିରେ ପରିବହନ ବିଭାଗ କର୍ମଚାରୀ ଓ ଆସୋସିଏସନ ଅଫ ଟୁଇଟର ଆକ୍ଟିଭିଷ୍ଟ ର ସଦସ୍ୟ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published.