ଆଦର୍ଶ ସାଂସ୍କୃତିକ ସଙ୍ଘକୁ ପ୍ରକୃତି ମିତ୍ର ପୁରସ୍କାର

ଟିଟିଲାଗଡ,(ନାଗରାଜ ନ୍ୟୁଜ): ବିଶ୍ୱପରିବେଶ ଦିବସ ଗତ ୦୫ ଜୁନ୍ ୨୦୨୨ ଉପଲକ୍ଷେ ନେହେରୁ ଯୁବ ସଂଘ ବଲାଙ୍ଗୀର ସହ ଅନୁବନ୍ଧିତ ଟିଟିଲାଗଡ ବ୍ଲକ୍ ର ଆଦର୍ଶ ସାଂସ୍କୃତିକ ସଙ୍ଘ ନାରେନ୍ କୁ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ରେ ରାଜ୍ୟ ସ୍ତରୀୟ ବିଶ୍ଵ ପରିବେଶ ରେ ସଙ୍ଘ ର ସମ୍ପାଦକ ସରୋଜ ପୁଝାରୀ ଙ୍କୁ ୨୦,୦୦୦ ଟଙ୍କା ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ମୋନା ଶର୍ମା (ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ) , ସମ୍ମାନିତ ଅତିଥିଭାବେ ରାଜୀବ କୁମାର (ନିର୍ଦ୍ଦେଶକ ସେଣ୍ଟର ଫର୍ environmental ସ୍ତଡିଜ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ) , ସୁଶାନ୍ତ ନନ୍ଦ (ନିର୍ଦ୍ଦେଶକ ପରିବେଶ ତଥା ସ୍ଵତନ୍ତ୍ର ଶାସନ ସଚିବ ସ୍ଵତନ୍ତ୍ର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ) ପ୍ରଭୃତି ଉପସ୍ଥିତ ରହି ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଥିଲେ ।

Leave a Reply

Your email address will not be published.