ନୂଆବର୍ଷରେ ମୁକ୍ତି ଲାଭ କଲା ‘ମାଡାମ ନମସ୍କାର’

ପୁରୀ, (ନାଗରାଜ ନ୍ୟୁଜ ): ପିଏସ ଏଣ୍ଟର୍ଟେନମେଣ୍ଟ ପ୍ରସ୍ତୁତ ଶ୍ରୀଧର ଜେନାଙ୍କ ପ୍ରଯୋଜିତ ଏକ ମନୋରଞ୍ଜନ ଭିତ୍ତିକ କମେଡି ଫିଲ୍ମ ‘ମାଡାମ ନମସ୍କାର’ ନୂଆବର୍ଷରେ ଜନସାଧାରଣଙ୍କ ନିମନ୍ତେ ମୁକ୍ତି ଲାଭ କରିଛି । ପୁରୀ ସହରର କଳାକାରମାନଙ୍କୁ ନେଇ ଏହା ପ୍ରସ୍ତୁତ କରାଯାଇଛି । ଏଥିରେ ସଂଳାପ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଜନାର୍ଦ୍ଦନ ଭୂୟାଁ । ଅଭିନୟରେ ପ୍ୟାରୀମୋହନ ଦାସ, ୟସ, ବିଶ୍ୱମୋହନ, ବୁବୁନ ମିଶ୍ର, ମାମାଲି, ନାଲିଆ, ସୁଜାତା, ବିକ୍ରମ ଏବଂ ମନୋଜ ରହିଛନ୍ତି । ଏହି ଫିଲ୍ମଟିକୁ ପୁରୀର ଶ୍ରୀ ଜଗନ୍ନାଥ ଷ୍ଟୁଡିଓ ଏକ ଜୀବନ୍ତ ରୂପ ଦେଇ ପାରିଛି । ଏକ ମନୋରଞ୍ଜନ ଭିତ୍ତିକ ଛୋଟ ଫିଲ୍ମ ବୋଲି କହିଛନ୍ତି କଳାକାରମାନେ ।

Leave a Reply

Your email address will not be published.