ତୁନମୁରା ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚଙ୍କ ପଞ୍ଚାୟତ ଗୃହପ୍ରବେଶ ଏବଂ ନାୟବ ସରପଞ୍ଚ ନିର୍ବାଚିତ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅଧୀନରେ ଥିବା ତୁନମୁରାପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ତରଣୀ ସେନ ବରିହା ଆଜି ପଞ୍ଚାୟତ ଗୃହ ପ୍ରବେଶ କରିବା ସହିତ ଦାଇତ୍ୱ ଗ୍ରହଣ କରିଥିଲେ । ଅନ୍ୟ ପକ୍ଷରେ ତାଙ୍କ ଉପସ୍ଥିତରେ ପ୍ରିଜାଡିଂ ଅଫିସର ଚନ୍ଦନ ମୁର୍ମୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ନାୟବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୧ଟି ୱାର୍ଡ ଥିବା ଏହି ପଞ୍ଚାୟତରେ ନାୟବ ସରପଞ୍ଚ ପାଇଁ ୨ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ସେଥିମଧ୍ୟରୁ ସରୋଫିନାକୁଲୁଙ୍କ ସପକ୍ଷରେ ୯ଜଣ ୱାର୍ଡ ମେମ୍ବର ଭୋଟ ଦେଇଥିବା ବେଳେ ବିପକ୍ଷରେ ୨ଜଣ ଭୋଟ ଦେଇଥିଲେ । ପରେ ପ୍ରିଜାଡିଂ ଅଫିସର ବିଧିବଦ୍ଧ ଭାବେ ସରୋଫିନାକୁଲୁଙ୍କୁ ନାୟବ ସରପଞ୍ଚ ଘୋଷଣା କରିଥିଲେ । ଉଭୟ ସରପଞ୍ଚଏବଂ ନାୟବ ସରପଞ୍ଚ ମିଶି ପଞ୍ଚାୟତର ଜନସାଧାରଣ ଯେଉଁ ଆଶା ଭରସା ରଖି ସେମାନଙ୍କୁ ନିର୍ବାଚିତ କରିଛନ୍ତି । ତାଙ୍କର ଆଶା ଏବଂ ଭରସାକୁ ବ୍ୟର୍ଥ ହେବାକୁ ଦେବେନାହିଁ । ସରକାରଙ୍କ ସମସ୍ତ ଯୋଜନାକୁ ପ୍ରତି ଘରେ ଘରେ ପହଞ୍ଚାଇବା ସହିତ ପାନୀୟଜଳ ଏବଂ ରୋଡ଼ ରାସ୍ତା ଯୁଦ୍ଧକାଳୀନ ଭିତ୍ତିରେ କରିବାପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିପାଇଁ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ସେ ସହଯୋଗ କାମନା କରିଛନ୍ତି । ପଞ୍ଚାୟତବାସୀ ଯଦି ଠିକ୍ ଭାବରେ ସହଯୋଗ କରିବେ ତାହେଲେ ପାଞ୍ଚ ବର୍ଷ ପୂର୍ବରୁ ତୁନମୁରା ପଞ୍ଚାୟତକୁ କୁତ୍ରା ବ୍ଳକରେ ନମ୍ବର ୱାନ ଆଦର୍ଶ ପଞ୍ଚାୟତ କରିବେ ବୋଲି ସେ ଦୃଢୋକ୍ତି‌ ପ୍ରକାଶ କରିଛନ୍ତି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.