ନବନିର୍ବାଚିତ ସରପଞ୍ଚ ଯଶୋଦାମଣି ଧଳଙ୍କ ଦାଇତ୍ୱ ଗ୍ରହଣ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବାଲିକୁଟି ଗ୍ରାମପଞ୍ଚାୟତର ନୂତନ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚ ଯଶୋଦାମଣି ଧଳଙ୍କୁ ପଞ୍ଚାୟତର PEO ସନ୍ୟାସୀ ବଡୁ ଶ୍ରୀମତୀ ଧଳଙ୍କୁ ଦାଇତ୍ୱ ଅର୍ପଣ କରିଛନ୍ତି । ସୂଚନାରୁ ପ୍ରକାଶ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲିଆପାଳ ବ୍ଲକର ବାଲିକୁଟି ପଂଚାୟତରେ ସରପଞ୍ଚ ଭାବେ ବିଜୟୀ ହୋଇଥିବା ଯଶୋଦାମଣି ଧଳ ବିଦ୍ଧିବଦ୍ଧ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି । ଏହି ସ୍ୱାଗତ ସମାରୋହ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସଦସ୍ୟା ଶୁଚିସ୍ମିତା ଦେ, ଜି ଆର ଏସ ଦୀନକୃଷ୍ଣ ବାରିକ , PEO ସନ୍ୟାସୀ ବଡୁ , ନାଏବ ସରପଞ୍ଚ ହେମନ୍ତ ଜେନା ପ୍ରଫେସର ମୃତ୍ୟଞ୍ଜୟ ପଣ୍ଡା, ପୂର୍ବତନ ସରପଞ୍ଚ ଓ ସରପଞ୍ଚଙ୍କ ପ୍ରତିନିଧି ରାଜେନ୍ଦ୍ର ଧଳ, ବିମଳ ଲୋଚନ ଦେ, ସମସ୍ତ ୱାର୍ଡ ମେମ୍ବର ଓ ମୁଖ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ନୂତନ ସରପଞ୍ଚଙ୍କୁ ପୂର୍ବତନ ସମିତି ସଭ୍ୟ ଉପେନ୍ଦ୍ର ମୁଖୀ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦାଇତ୍ୱ ଗ୍ରହଣ ପରେ ନୂତନ ସରପଞ୍ଚଙ୍କ ସଭାପତିତ୍ୱରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ।

ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.