ଆସନ୍ତା ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ପୁରୀ ସଦଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପୁରୀ ପୋଲିସ ଓ ଆର.ଟି.ଓ. ତରଫରୁ ମିଳିତ ଭାବେ ଅନେକ ସ୍ଥାନରେ ଯାଞ୍ଚ ହେଉଛି । ଏହି ଯାଞ୍ଚ ସମୟରେ ଗତ ପାଞ୍ଚ ମାସ ମଧ୍ୟରେ ଜିଲ୍ଲାରୁ ୫ କୋଟି ଟଙ୍କାରୁ ଉର୍ଦ୍ଧ ଫାଇନ ଆଦାୟ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। । ଏହି ବୈଠକରେ ପୁରୀ ଟ୍ରାଫିକ ଡି ଏସ ପି ନିରଞ୍ଜନ ଶବର, ଅତିରିକ୍ତ ମୋଟର ଯାନ ନିରିକ୍ଷକ ଅମିତ ରଣା ଓ ପୁରୀ ସମସ୍ତ ବସ ଆସୋସିଏସନର କର୍ମକର୍ତ୍ତା ଯୋଗଦେଇ ଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ବୈଠକରେ ସୂଚନା ଦେଇ ଆସନ୍ତା ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଅବସରରେ ଜିଲ୍ଲାର ଗାଡି ଚଳାଚଳ ର କଡ଼ା ଯାଞ୍ଚ ହେବ । ଜିଲ୍ଲାରେ କିପରି ଶୂନ୍ୟ ସଡ଼କ ଦୃଘଟଣା ରହିବ ତାହା ଉପରେ ପୁରୀ ଆଞ୍ଚଳିକ ପରିବହନ ବିଭାଗ ନଜର ରଖିବା । ଭୁବନେଶ୍ୱର ଓ କଟକ ଭଳି ପୁରୀରେ ବି ବାଇକ ଚାଳକ ଓ ପଛରେ ବସୁଥିବା ଲୋକେ ମଧ୍ୟ ହେଲମେଟ ପିନ୍ଧିବାକୁ ପଡିବ । ସେହିପରି ପେଟ୍ରୋଲ ଟାଙ୍କିରେ ମଧ୍ୟ ହେଲମେଟ ନଥିଲେ ପେଟ୍ରୋଲ ମିଳିବ ନାହିଁ । ନାବାଳକ ସ୍କୁଲ ଛାତ୍ର ଛାତ୍ରୀ ମାନେ ମୋଟର ସାଇକେଲ ଚଲାଇବା ଉପରେ ମଧ୍ୟ ଯାଞ୍ଚ ହେବ । ଯେଉଁ ସ୍କୁଲ ଛାତ୍ର ଛାତ୍ରୀ ମାନେ ମୋଟର ସାଇକେଲ ଚଳାଇବା ବେଳେ ଧରା ପଡ଼ିବେ ସେମାଙ୍କ ଗାଡି ଜବତ ଓ ଫାଇନ ମଧ୍ୟ କରାଯିବ । ଏପ୍ରିଲ ପହିଲାରୁ ହେଲମେଟ ମଧ୍ୟ ଯାଞ୍ଚ ହେବ ବୋଲି ସେ ସୂଚନା ଦେଇଥିଲେ।

Leave a Reply

Your email address will not be published.