କଡ଼ା ସୁରକ୍ଷାରେ ନିହାଲପ୍ରସାଦ ଭୋଟିଙ୍ଗ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନର ମତଦାନ ଚାଲିଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ହେବାକୁ ଥିବା ପଞ୍ଚାୟତ ଇଲେକ୍ସନ ଶେଷ ହୋଇଥିଲେ ମଧ୍ୟ ସରିନାହିଁ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ପଞ୍ଚାୟତ ରେ ଆଜି ପୁନଃ ମତଦାନ ହୋଇଛି । ଏହି ପଞ୍ଚାୟତର ବୁଥ ନଂ ୨, ୬, ୭ ଓ ବୁଥ ନଂ୧୧ ଏପରି ୪ଟି ବୁଥରେ ଆଜି ହୋଇଛି ପୁନଃ ମତଦାନ । ନୀହଳପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ବୁଥ ହୋଇଥିବା ବେଳେ ଭୋଟରଙ୍କ ସଂଖ୍ୟା ୨୦୯୯ ବୋଲି ଜଣାପଡିଛି । ସକାଳ ୯ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଏହି ମତଦାନ ପ୍ରକ୍ରିୟା ଚାଲୁରହିଥିଲା । ସୂଚନା ଥାଉକି, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗତ ୧୬ ତାରିଖ ପ୍ରଥମ ପର୍ୟ୍ୟାୟ ଭୋଟ ଗ୍ରହଣ ସମୟରେ ଏହି ବୁଥ ଗୁଡିକ ଦୁର୍ବୁତ୍ତ ମାନେ କବଜା କରିନେଇଥିଲେ । ପ୍ରିଜାଇଡିଂ ଅଫିସଙ୍କୁ ଆକ୍ରମଣ କରି ଭୋଟିଙ୍ଗ ବାକ୍ସ ଲୁଟି ନେଇଥିଲେ ଦୁର୍ବୁତ୍ତ । ତେବେ ପୁନଃ ମତଦାନ ବେଳେ ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ଥାନୀୟ ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା କରି ୪ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ । ଏହାର ତର୍ଜମା କରିଥିଲେ ଖୋଦ ଜିଲ୍ଲାପାଳ ସରୋଜ କୁମାର ସେଠି । ଏବଂ ତାଙ୍କ ସହ ଉପ ଜିଲ୍ଲାପାଳ, ଏସପି, ଡିଏସପି, ଗଁନ୍ଦିଆ ବିଡିଓ ଏବଂ ଆଇଆଇସି ମଧ୍ୟ୍ୟ ଉପସ୍ଥିତ ଥିଲେ । ତେବେ ଭୋଟିଙ୍ଗ କାର୍ଯ୍ୟକ୍ରମ ଠିକ ଭାବେ ଶେଷ ହୋଇଯାଇଥିବାବେଳେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ ରହିଛି ।

Leave a Reply

Your email address will not be published.