ଡିସେମ୍ବର ୨୯ ଓ ୩୦ରେ ହେବ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୦ତମ ବାର୍ଷିକ ସମ୍ମିଳନୀ

କଟକ, (ନାଗରାଜ ନ୍ୟୁଜ ): ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୦ତମ ବାର୍ଷିକ ଉତ୍ସବ ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ କଟକ ସତ୍ୟଭାମା ପୁର ସ୍ଥିତ ମଧୁବାବୁଙ୍କ ଜନ୍ମ ପୀଠରେରେ ଅନୁଷ୍ଠିତ ହେବାକୁ ଯାଉଛି । ଯେହେତୁ ଉତ୍କଳ ଗୌରବ ମଧୁସୂଦନ ଦାସ ସମସ୍ତ ଆଇନଜୀବୀ ମାନଙ୍କର ପାଇଁ ଜଣେ ଆଦର୍ଶ ତେଣୁ ତାଙ୍କର ଜନ୍ମପୀଠରେ ୫୦ ତମ ବାର୍ଷିକ ସମ୍ମିଳନୀ ତଥା ସ୍ୱର୍ଣ୍ଣିମ ସମାରୋହ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ଆଇନଜୀବୀ ସଂଘ । ଏହି ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାରରୁ ଉର୍ଦ୍ଧ ଆଇନଜୀବୀ ଯୋଗ ଦେବେ । ଏଥିସହିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ଉଚ୍ଚ ନ୍ୟାୟାଳୟ ର ନ୍ୟାୟମୂର୍ତି, ରାଜ୍ୟସରକାରଙ୍କ ମନ୍ତ୍ରୀ ବୃନ୍ଦ, ବିଧାୟକ ଓ ବରିଷ୍ଠ ଆଇନଜୀବୀମାନେ ଅତିଥି ଭାବରେ ଯୋଗ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସଂଘର ସଭାପତି ଗୋପାଳ କୃଷ୍ଣ ମହାନ୍ତି ।

Leave a Reply

Your email address will not be published.