ନୋମୀନି ପ୍ରାର୍ଥୀଙ୍କ ଭିନ୍ନ ପ୍ରଚାର

କଟକ, (ନାଗରାଜ ନ୍ୟୁଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଛଡ଼ା ପ୍ରାୟ ପ୍ରତି ପଞ୍ଚାୟତରେ ସରପଞ୍ଚ ଓ ନୋମିନି ପ୍ରାର୍ଥୀ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । କଟକ ଜିଲ୍ଲା ବାରଙ୍ଗ ବ୍ଲକ କୁରା ନଗ ଶାସନ ପଞ୍ଚାୟତରେ ନୋମୀନୀ ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ କୁମାର ସିହ୍ନା । ଯଏକି ଏକା ଏକା ଗୋଟିଏ ସ୍କୁଟି ଗାଡ଼ିରେ ଗୋଟିଏ ଛୋଟ ପୋଷ୍ଟର ଓ ସାମ୍ନାରେ ଗୋଟିଏ ସାହାଯ୍ୟ ବାକ୍ସ ଏବଂ ଗାଡ଼ି ପଛରେ ଗୋଟିଏ ଅଭିଯୋଗ ବାକ୍ସ ରଖି ବୁଲି ଭୋଟରଙ୍କୁ ଭେଟୁଛନ୍ତି । ଏଭଳି ପ୍ରଚାର ବାବଦରେ ତାଙ୍କୁ ପଚାରିଲେ ସେ କୁହନ୍ତି ମୋର ପୋଷ୍ଟର ଓ ବ୍ୟାନର ନାହିଁ । ସାଙ୍ଗରେ କାହାକୁ ବୁଲାଇଲେ ଖର୍ଚ୍ଚ କରିବାକୁ ପଇସା ନାହିଁ । ବିନା ଖର୍ଚ୍ଚରେ ଲଢ଼ିବି ଓ ଜିତିଲେ ବିନା ଲାଳସାରେ ଅନ୍ୟକୁ ସାହାଯ୍ୟ କରିବି ।

Leave a Reply

Your email address will not be published.