ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ

ପୁରୀ, (ନାଗରାଜ ନ୍ୟୁଜ): ସୋମବାର ଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ସରପଞ୍ଚ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ସୁଜନପୁର ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବିଶ୍ୱ ରଂଜନ ବଳବନ୍ତରାୟ ଏବେ ଚର୍ଚ୍ଚାରେ । ସେ ନିର୍ବାଚନ କମିସନଙ୍କ କୋଭିଡ ଗାଇଡଲାଇନ ମାନି ସାଇକେଲରେ ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ କହିଛନ୍ତିଯେ ରାଜନୀତିକୁ ଆସିଛନ୍ତି ଲୋକଙ୍କ ସେବା ପାଇଁ । ତାଙ୍କ ଅଞ୍ଚଳରେ ଅନେକ ସମସ୍ୟା ରହିଛି । ସେଥିପାଇଁ ସେ ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଲୋକ ପ୍ରତିନିଧି ଙ୍କ ମୂଳ ଉଦେଶ୍ୟ ହେବା ଉଚିତ ଅତି ସାଧାରଣ ଭାବେ ଜିବନଯାପନ କରିବା ସହ ଲୋକ ଙ୍କ ସମସ୍ୟା ସମାଧାନ କରିବା । ହେଲେ ଏବେକାର ନେତାମାନେ କେବଳ ଭୋଟ ବେଳେ ଦେଖା ଦିଅନ୍ତି । କାର୍ଯ୍ୟ ସରିଗଲା ପରେ ଦେଖା ଦର୍ଶନ ନ ଥାଏ । ଏଣୁ ତାଙ୍କ ପଞ୍ଚାୟତବାସୀ ଚଳିତ ନିର୍ବାଚନ ରେ ଉପୁଯୁକ୍ତ ପ୍ରାର୍ଥୀଙ୍କ ଭୋଟ ଦେବାକୁ ସେ ଅନୁରୋଧ କରିଛନ୍ତି ।

 

Leave a Reply

Your email address will not be published.