ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ଓଡିଶା କ୍ରିକେଟଆସୋସିଏସନ ସମ୍ପୂର୍ଣ୍ଣ ଦାୟୀ: ଭାରତୀୟ ଜନତା ପାର୍ଟି

କଟକ,(ନାଗରାଜ ନ୍ୟୁଜ): ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ରହସ୍ୟ ଜଣକ ମୃତ୍ୟୁ କୁ ନେଇ ଓଡିଶା କ୍ରିକେଟଆସୋସିଏସନ ସମ୍ପୂର୍ଣ୍ଣ ଦାୟୀ ବୋଲି ଭାରତୀୟ ଜନତା ପାର୍ଟି କଟକ ନଗର ପକ୍ଷରୁ ଅଭିଯୋଗ କରାଯାଇଛି l ଏହାର ପ୍ରତିବାଦ କରି ଆଜି ଭାରତୀୟ ଜନତା ପାର୍ଟି ନଗର ଏବଂ ମହିଳା ମୋର୍ଚ୍ଚା ପକ୍ଷରୁ ଓଡିଶା କ୍ରିକେଟ ଆସୋସିଏସନ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଏଥି ସହିତ ମହିଳା କ୍ରିକେଟର ରାଜଶ୍ରୀ ହତ୍ୟାକାଣ୍ଡ ସମ୍ପର୍କରେ ନିରପେକ୍ଷ ଏବଂ ସି. ବି. ଆଇ. ଦ୍ୱାରା ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି l ବି. ଜେ. ପି. ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମହିଳା କ୍ରିକେଟର ରାଜଶ୍ରୀ ଏକ ସୁପରିକଳ୍ପ ହତ୍ୟାକାଣ୍ଡ l ଜଣେ ମହିଳା କ୍ରିକେଟର କଟକ ଆସି ଓଡିଶା କ୍ରିକେଟ ଆସୋସିଏସନ ର ଅଧିନରେ ରହି କିପରି ନିଖୋଜ ହୋଇ ମୃତ୍ୟୁ ବରଣ କରିଥିବା ଏକ ପ୍ରଶ୍ନବାଚୀ ଚି଼ହ୍ନ ହୋଇପଡିଛି l ଓଡିଶା ମହିଳା କ୍ରିକେଟ ଦଳର ମନୋନୟନ ତାଲିକାରୁ ରାଜଶ୍ରୀ ବାଦ ପଡିବା ଏହା ଏକ ସନ୍ଦେହ ଜନକ ପରିସ୍ଥିତି ସୃଷ୍ଟି କରିଛି l ଏହା ଏକ ହତ୍ୟାକାଣ୍ଡ ବା ଆତ୍ମହତ୍ୟା ଏହାକୁ ନେଇ ସାଧାରଣରେ ନାନା ଆଶଙ୍କା ପ୍ରକାଶ ପାଇଛି l ନିଖୋଜ ଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ଙ୍କର ଝୁଲନ୍ତା ମୃତ ଦେହକୁ ଶୁକ୍ରବାର ଦିନ ଗୁରୁଡି ଝାଟିଆ ଥାନା ଅନ୍ତର୍ଗତ ସୁବାସ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରାଯାଇଛି l ତେଣୁ ରାଜଶ୍ରୀ କଟକରୁ କିପରି ଭାବରେ ସେହି ସଂରକ୍ଷିତ ଜଙ୍ଗଲକୁ ଗଲା ତାହା ଏକ ସନ୍ଦେହ ଜନକ ସୃଷ୍ଟି କରିଛି l ବି ଜେ ପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଓଡିଶା କ୍ରିକେଟ ଆସୋସିଏସନ ଦଳର ମନୋନୟନ କ୍ଷେତ୍ରରେ ପକ୍ଷପାତିତା କରିଥିବା ସନ୍ଦେହ ହୋଇଛି l ମୃତ ରାଜଶ୍ରୀ କାଳେ ଏହି ଘଟଣାକୁ ପଦାରେ ପକାଇଦେବେ ଏଥିପାଇଁ ତାଙ୍କୁ ହତ୍ୟା କରାଯାଇ ଟାଙ୍ଗେଇ ଦିଆଯାଇଛି l ଏହି ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ଘଟଣା ସମ୍ପର୍କରେ ସି ବି ଆଇ ଦ୍ୱାରା ତଦନ୍ତ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି l ଓ. ସି. ଏ କତୃପକ୍ଷ ବିକ୍ଷୋଭ ସମୟରେ କାର୍ଯ୍ୟାଳୟ ର ମୁଖ୍ୟ ପ୍ରଦେଶ ପଥକୁ ତାହା ପକାଇ ବନ୍ଦ କରି ଦେଇଥିଲେ l ବି ଜେ ପି ନଗର ସଭାପତି ଶ୍ରୀ ଲଲା ଟେନ୍ଦୁ ବଡୁ ଙ୍କ ନେତୃତ୍ୱ ରେ ମହିଳା ମୋର୍ଚ୍ଚା ର ପ୍ରଦୀପ ମହାପାତ୍ର, କଳ୍ପନା ପଟ୍ଟନାୟକ, ରଶ୍ମିରେଖା ଦାସ, ସଂଯୁକ୍ତା ମହାପାତ୍ର ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

Leave a Reply

Your email address will not be published.