ଓଡିଶା ଫୁଟବଲ ଟିମର ବିକାଶ ହେବ: ଏଆଇଏଫଏଫ ସଭାପତି କଲ୍ୟାଣ ଚୌବେ

କଟକ,(ନାଗରାଜ ନ୍ୟୁଜ): କାର୍ଯ୍ୟକ୍ରମରେ ଯୋଗ ଦେଇ ଏଆଇଏଫଏଫ ସଭାପତି କଲ୍ୟାଣ ଚୌବେ କହିଛନ୍ତି, “ଓଡିଶା ଫୁଟବଲ ଟିମର ବିକାଶ ହେବ । ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ସ୍ବତନ୍ତ୍ର କ୍ୟାମ୍ପର ହେବ ଆୟୋଜନ ଯାହା ଦ୍ବାରା ଉଭୟ ଦଳ ଜାତୀୟ ସ୍ତରରେ ଆହୁରି ଭଲ ପଦର୍ଶନ କରି ପାରିବେ । ବର୍ତ୍ତମାନ ସମୟରେ ମହିଳା ଦଳରୁ ଅନେକ ପ୍ରତିଭା ଜାତୀୟ ଦଳରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହା ସହ ଜୁନିୟର ଦଳ ମଧ୍ୟ ଉତ୍ତମ ଖେଳ ପ୍ରଦର୍ଶନ କରୁଛନ୍ତି ।” ଆବଶ୍ୟକ ପଡ଼ିଲେ ଆହୁରି ଦକ୍ଷତାପୂର୍ଣ୍ଣ ପ୍ରଶିକ୍ଷଣ ଓଡିଶା ସଂଘକୁ ପ୍ରଦାନ କରାଯିବ ବୋଲି କହିଛନ୍ତି AIFF ସଭାପତି । ଫାଓ ଓ ଏଆଇଏଫଏଫ ମିଶି ଓଡିଶା ଫୁଟବଲକୁ ଆଗକୁ ନେବେ ବୋଲି କହିଛନ୍ତି କଲ୍ୟାଣ ଚୌବେ ।ଅନ୍ୟପଟେ ନୂତନ ସଭାପତି ଓ ସମ୍ପାଦକଙ୍କ ଓଡିଶା ଗସ୍ତ ଓଡିଶା ଫୁଟବଲ ଟିମକୁ ଆହୁରି ମଜଭୁତ କରିବ ବୋଲି ଆଶା ରଖିଛି ରାଜ୍ୟ ସଙ୍ଘ । ଓଡିଶା ଫୁଟବଲ ଏକ ଉଚ୍ଚକୋଟିର ପ୍ରାଧ୍ୟନ୍ୟ ପାଇବ । ଏମାନଙ୍କ ନେତୃତ୍ବରେ ଓଡିଶା ଫୁଟବଲ ସଫଳତାର ଶିଖର ଛୁଇଁବ ବୋଲି କହିଛନ୍ତି ଫାଓ ସଭାପତି ଦେବାଶିଷ ସାମନ୍ତରାୟ ।

Leave a Reply

Your email address will not be published.