କଳାବ୍ୟାଚ ପରିଧାନ କଲେ ଓଡିଶା ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର କର୍ମଚାରୀ

ଖଇରା, (ନାଗରାଜ ନ୍ୟୁଜ): ଆଉଟସୋର୍ସିଙ୍ଗ ବ୍ଯବସ୍ଥା ଓ ସ୍ଥାୟୀ ନିଯୁକ୍ତିକୁ ନେଇ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ କାର୍ଯ୍ୟରତ କର୍ମଚାରୀମାନେ କଳାବ୍ଯାଚ ପରିଧାନ ତା ୧୪/୧୧/୨୨ ରିଖ ଠାରୁ ଆରମ୍ଭ କରିଛନ୍ତି । ପ୍ରକାଶ ଥାଉକି- ତିନି ଗୋଟି ବୃହତ ଆନ୍ଦୋଳନ, ମାନ୍ୟବର ଅର୍ଥମନ୍ତ୍ରୀ ଗତ ତା ୨୨/୧୨/୧୭ ରିଖ ପ୍ରତିଶ୍ରୁତି ଓ ଅର୍ଥ ସଚିବଙ୍କ ଦ୍ବାରା ଆହୁତ ବୈଠକରେ ପ୍ରତିଶ୍ରୁତି ଅନୁଯାୟୀ ଆଜି ପର୍ଯ୍ୟନ୍ତ ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲା, ମୁଖ୍ୟ ଦପ୍ତର ତଥା ସଚିବାଳୟ କାମକରୁଥିବା ଉଚ୍ଚ ଶିକ୍ଷିତ କର୍ମଚାରୀ ମାନଙ୍କ ଉପରୁ ଆଉଟସୋର୍ସିଙ୍ଗ ଭଳି କୁତ୍ସିତ, ଘୃଣ୍ଯ ଓ କଳଙ୍କିତ ବ୍ଯବସ୍ଥା ଉଠାଗଲା ନାହିଁ । ଦିନକୁ ଦିନ ଶୋଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଅର୍ଥ ସଚିବ ଓ ମାନ୍ଯବର ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଉଚ୍ଚ ସ୍ତରୀୟ ବୈଠକ ଡକାଗଲା ନାହିଁ କି ଏ ପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନିଆଗଲା ନାହିଁ । ସମଗ୍ର ଓଡିଶାରେ ଏଥିନିମନ୍ତେ ପ୍ରବଳ ଅଶାନ୍ତି ସୃଷ୍ଟି ହେବା ସହ କର୍ମଚାରୀ ମାନଙ୍କୁ ଆର୍ଥିକ ଓ ସାମାଜିକ ଦୁରାବସ୍ଥା ମଧ୍ୟକୁ ଠେଲିଦିଆ ଯାଉଛି । ଏଥିପାଇଁ ୨୦୧୮ ମସିହା ଜୁନ ୨୫,୨୬ ଓ ୨୭ ତାରିଖ ୩ ଦିନ ଧରି ମହାତ୍ମାଗାନ୍ଧୀ ମାର୍ଗରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରାଯାଇଥିଲା । ସେତେବେଳର ମୁଖ୍ୟ ଶାସନସଚିବ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ ୧ ମାସ ମଧ୍ୟରେ ପୂରଣ କରାଯିବ ବୋଲି, କିନ୍ତୁ ଦୁଃଖର ବିଷୟ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର କିଛି ବୁଝିଲେ ନାହିଁ ।

ବିଶ୍ୱାସ ଓ ଭରସାର ଉପରେ ଛିଡା ହୋଇଥିବା ରାଜ୍ୟ ସରକାର ଗଣତାନ୍ତ୍ରିକ ବ୍ଯବସ୍ଥାକୁ ବେଖାତିର କରି ଅସହାୟ କର୍ମଚାରୀ ମାନଙ୍କୁ ତୃତୀୟ ପକ୍ଷ ଇଜିଲାସରେ ବର୍ଷ ବର୍ଷ ଧରି ବ୍ଯବହାର କରି ଶୋଷଣ କରି ଆସୁଅଛନ୍ତି । ଏବାବଦରେ ସମସ୍ତ ଆଲୋଚନା, ପର୍ଯ୍ୟାଲୋଚନା, ମୂଲ୍ୟହୀନ ଓ ଅର୍ଥହୀନ ହୋଇପଡିଛି । ଏହାର ପ୍ରତିବାଦରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର କାର୍ଯ୍ୟରତ କର୍ମଚାରୀ ମାନେ କଳାବ୍ଯାଚ ପରିଧାନ କରି ଆନ୍ଦୋଳନକୁ ଉହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଯଦି ସରକାର ଆସନ୍ତା ୨୦ ଦିନ ମଧ୍ୟରେ ଆଉଟସୋର୍ସିଙ୍ଗ ଭଳି କୁତ୍ସିତ ବ୍ଯବସ୍ଥାକୁ ଉଚ୍ଛେଦ କରି ଦୀର୍ଘ ବର୍ଷ ଧରି ସନ୍ତୋଷଜନକ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିବା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦିଅନ୍ତି ସଙ୍ଗଠନ ତରଫରୁ ତା ୧୪/୧୧/୨୨ ରିଖ ଠାରୁ ଆରମ୍ଭ ହୋଇଥିବା କଳାବ୍ଯାଚ ପରିଧାନ ଆସନ୍ତା ୧୯/୧୧/୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଯଦି ସେଥିରେ କୌଣସି ସୁଫଳ ନ ମିଳେ ତେଵେ ଆସନ୍ତା ତା ୨୬/୧୧/୨୨ ରିଖ ଠାରୁ କାର୍ଯ୍ଯାଳୟ ସମ୍ମୁଖରେ କଳାବ୍ଯାଚ ପରିଧାନ ପୂର୍ବକ ଶାନ୍ତିପୂର୍ଣ୍ଣ ଗଣଧାରଣା ଚାଲୁ ରହିବ ବୋଲି ସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି । ଏଥି ସହିତ ପତ୍ର ମାଧ୍ୟମରେ ଉପରିସ୍ଥ ବିଭିନ୍ନ ମହଲକୁ ମହାସଂଘ ଅବଗତ କରାଯାଇଛି ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି ।

ବାଲେଶ୍ଵର ଜିଲ୍ଲାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.