ଶେଷ ଦିନରେ କାଶିପୁର ପଞ୍ଚାୟତରେ ଚଞ୍ଚଳା ବାରିକ୍ ସରପଞ୍ଚ ପ୍ରାର୍ଥୀନୀ ଭାବେ ପ୍ରାଥିପତ୍ର କଲେ ଦାଖଲ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ କାଶିପୁର ପଞ୍ଚାୟତ ଅଫିସରେ ଆଜି ଶେଷ ଦିନରେ ଚଞ୍ଚଳା ବାରିକ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ପ୍ରାଥିପତ୍ର ଦାଖଲ କରିଛନ୍ତି । ତାଙ୍କର ପ୍ରସ୍ତାବକ ଭାବରେ ମଳୟ ଘଡାଇ ଓ ପିତବାସ ମୁଦୁଲି ସମର୍ଥକ ଭାବେ ଉପସ୍ଥିତ ରହିଥିଲେ ଏବଂ ଆଉ କିଛି ସମର୍ଥକ ମାନଙ୍କୁ ସାଥିରେ ନେଇ କାଶିପୁର ପଞ୍ଚାୟତ ଅଫିସ୍ ରେ ନିଜର ସମସ୍ତ ପ୍ରକାର କାଗଜାତ ସାଥିରେ ନେଇ ସରପଞ୍ଚ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave a Reply

Your email address will not be published.