ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସବୁଜ ପୃଥିବୀ ଓ ରାଷ୍ଟ୍ରୀୟ ଏକତାର ବାର୍ତ୍ତା ନେଇ ଯୁବ ସ୍ବେଛାସେବୀ ମାନଙ୍କ ପୁରୀରୁ କୋଣାର୍କ ସାଇକେଲ ଶୋଭାଯାତ୍ରା

ପୁରୀ,(ନାଗରାଜ ନ୍ୟୁଜ): ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ର ୟୁଥ୍ ଫୋରମ୍,ଆର୍ଟ ଅଫ ଲିଭିଁ,ସେବା ଓ ସଂସ୍କାର ଅନୁଷ୍ଠାନ ତରଫରୁ ସବୁଜ ପୃଥିବୀ ଓ ରାଷ୍ଟ୍ରୀୟ ଏକତା ବାର୍ତ୍ତା ନେଇ ଏକ ସାଇକେଲ ରାଲି ପୁରୀ ଠାରୁ କୋଣାର୍କ ଯାତ୍ରା କରିଥିଲା।ପୁରୀ ସୁଭାଷ ଛକ ଠାରୁ ସୁଭାଷ ବୋଷ ଙ୍କ ପ୍ରତି ମୂର୍ତ୍ତୀ ରେ ମାଲ୍ୟାର୍ପଣ କରିବା ପରେ ବେଲ୍ ର ଆବାହକ ସିଦ୍ଧାର୍ଥ ରାୟ ଏହି ସାଇକେଲ ଶୋଭାଯାତ୍ରା କୁ ପତାକା ଦେଖାଇ ଏହାର ର ଶୁଭାରମ୍ଭ କରିଥିଲେ।ନାଗ ପାଟଣା ଠାରେ ସାଇକେଲ ଶୋଭା ଯାତ୍ରୀଙ୍କୁ ସାଇ ସ୍ମାର୍ଟ ସ୍କୁଲର ଛାତ୍ର ଛାତ୍ରୀ ମାନେ ଭବ୍ୟ ସମ୍ବର୍ଦ୍ଧନା ଦେଇ ଥିଲେ।ସାଇକେଲ ଶୋଭାଯାତ୍ରା କୋଣାର୍କ ଠାରେ ପହଞ୍ଚିବା ପରେ କୋଣାର୍କର ଜନମଙ୍ଗଲ ଯୁବ ସଂଗଠନ ତରଫରୁ ସାଇକେଲ ଶୋଭାଯାତ୍ରି ଙ୍କୁ ସ୍ଵାଗତ କରିଥଲେ। ଅପରାହ୍ନ ରେ କୋଣାର୍କ ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଆୟୋଜିତ ଶୋଭାଯାତ୍ରା ର ଉଜ୍ଜପାନି ଉତ୍ସବ ରେ କୋଣାର୍କ ଥାନାଧିକରୀ ଶ୍ରୀ ରଞ୍ଜନ କୁମାର ମଲ୍ଲିକ ଏବଂ ବ୍ୟାଙ୍କ ଅଧିକାରୀ ପ୍ରଦୋଷ ରଞ୍ଜନ ସ୍ବାଇଁ ପ୍ରମୁଖ ସାଇକେଲ ଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିବା ସମସ୍ତ ଅନୁଷ୍ଠାନ ଓ ସ୍ବେଛାସେବୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହିତ ବର୍ତ୍ତମାନ ସମୟରେ ରାଷ୍ଟ୍ରୀୟ ଏକତା ଓ ସବୁଜ ପୃଥିବୀ ଗଠନ ରେ ଯୁବସମାଜ ର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହି ଥିଲେ।ଏହି କାର୍ଯ୍ୟକ୍ରମକୁ ଜନମଙ୍ଗକ ଯୁବ ସଂଗଠନ ର ରାମକୃଷ୍ଣ ମହାନ୍ତି, ନିରଞ୍ଜନ ତ୍ରିପାଠୀ, ବେଲ୍ ର ବ୍ରଜକିଶୋର ସାହୁ, ରାଜକିଶୋର ପାତ୍ର, ସତ୍ୟନାରାୟଣ ସାହୁ, ଓମ୍ ପ୍ରସାଦ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published.