ଦ୍ୱିତୀୟ ଦିନରେ ମାଟିରେ ମିଶିଲା ୧୨୦ ଦୋକାନ

ବାଲେଶ୍ଵର, (ନାଗରାଜ ନ୍ୟୁଜ ): ରାସ୍ତା ପ୍ରଶସ୍ତିକରଣ ପାଇଁ ଦ୍ୱିତୀୟ ଦିନରେ ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଅଧିନ ରାଣିତାଲ-ଧୋବାଗଡିଆ ରାସ୍ତାର ବାରାପୁର ବଜାରରେ ବେଆଇନ ଭାବେ ଗଢି ଉଠିଥିବା ୧୨୦ଟି ଦୋକାନ ଘରକୁ ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟା ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରା, ରାସ୍ତା ଓ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନରେଶ ଚନ୍ଦ୍ର ସିଂହ, ଆରଆଇ ଓ ତହସିଲ କର୍ମଚାରୀ, ସିମୁଳିଆ ପୋଲିସ ଓ ଖଇରା ଦମକଳ ବାହିନୀଙ୍କ ଉପସ୍ଥିତିରେ ଦ୍ଵିତୀୟ ଦିନର ଉଚ୍ଛେଦ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । ମାଜିଷ୍ଟ୍ରେଟ ଭାବେ ଖଇରା ତହସିଲଦାର ପରିସ୍ଥିତି ନିୟନ୍ତ୍ରଣ କରୁଥିବା ବେଳେ ୨ ପ୍ଲାଟୁନ ପୁଲିସ ଫୋର୍ସ ଓ ୩ଟି ଜେସିବ ଉଚ୍ଛେଦ ପ୍ରକ୍ରିୟାରେ ସାମିଲ ହୋଇଥିଲେ ।

କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ବେଳେ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟାରେ କେହି ବାଧାସୃଷ୍ଟି କରିନଥିଲେ । ଯାହାଦ୍ୱାରା ଖୁବ ଶାନ୍ତିଶୃଙ୍ଖଳାର ସହିତ ଉଚ୍ଛେଦ କାର୍ୟ୍ୟ ଶେଷ ହୋଇଥିଲା । ଏହି ଉଚ୍ଛେଦ ଯୋଗୁଁ ଦୀର୍ଘଦିନ ଧରି ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଥିବା ଦୋକାନୀମାନେ ଜୀବିକା ହରାଇ ଥିବାରୁ ମନରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଜନସାଧାରଣ ରାସ୍ତା ସମ୍ପ୍ରସାରଣକୁ ସ୍ୱାଗତ କରିଛନ୍ତି । ପ୍ରକାଶ ଥାଉକି ଗତକାଲି ପ୍ରଥମ ପର୍ୟ୍ୟାୟରେ ଡୁଙ୍ଗୁରା ବଜାରରେ ୧୫୦ରୁ ଉଦ୍ଧ୍ୱର୍ ଦୋକାନ ଉଚ୍ଛେଦ ହୋଇଥିଲା

Leave a Reply

Your email address will not be published.