ପୋଲ ନିର୍ମାଣ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଜଣେ ମୃତ୍ୟୁ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା କୁପାରି ଠାରୁ ଭଦ୍ରକ ଜିଲ୍ଲା ରାଣୀତାଲ ରାସ୍ତାରେ ଦୁର୍ଘଟଣା। ରାସ୍ତା କାର୍ଯ୍ୟ କରିବା ପାଇଁ ମାସ ମାସ ଧରି ଖୋଳା ଯାଇଥିବା ଗାତ ସାଜିଲା କାଳ।ଅକାରଣରେ ଚାଲିଗଲା ଏକ ନିରୀହ ଜୀବନ। ଅନ୍ଧକାର ରାତ୍ରିରେ ଗାତରେ ପଡ଼ି ଭୁଳିଆ ଗ୍ରାମରେ ଗଙ୍ଗାଧର ବେହେରାଙ୍କ ମୃତ୍ୟୁ। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା। ମୃତ୍ୟୁ ବରଣ କରିଥିବା ଗଙ୍ଗାଧର ବେହେରାଙ୍କୁ କ୍ଷତି ପୂରଣ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ। ଏଭଳି ଦୁଃଖଦ ଘଟଣା ଘଟିଛି ଚରମ୍ପା ଡୁଙ୍ଗୁରା ରାସ୍ତାରେ ସିମୁଳିଆ ଥାନା ଅଧିନସ୍ଥ ଅନ୍ତରା ପଞ୍ଚାୟତ ଅନ୍ତର୍ଗତ କନ୍ଦଡ଼ା ଗ୍ରାମରେ। ପୋଲ ନିର୍ମାଣ ହେବା ପାଇଁ ଖୋଳା ଯାଇଥିବା ଦୁଇ ମଣିଷରୁ ଉର୍ଦ୍ଧ୍ବ ଗାତରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଲୋକମାନେ ରାସ୍ତାରୋକ କରିବା ସହିତ କ୍ଷତି ପୂରଣ ଦାବି କରିଛନ୍ତି। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହେଉଛନ୍ତି ଭଦ୍ରକ ଜିଲ୍ଲାର ଭୁଳିଆ ଗ୍ରାମର ଗଙ୍ଗାଧର ବେହେରା ।

ବାଲେଶ୍ୱର ଜିଲ୍ଲା ଖଇରା ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.