ବିଦ୍ୟୁତ ଆଘାତରେ ଜଣେ ମୃତ, ୨ ଆହତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସିଂଗଲା ଥାନା ସୀତାଡିହା ଇଲେକ୍ଟ୍ରିଫିଡର ଅଧୀନରେ ଥିବା ଗିଲାଜୋଡି ଗାଁରେ ତିନିଟି ବିଜୁଳି ଖୁଣ୍ଟରେ ଚଢ଼ି ତିନି ଜଣ କର୍ମଚାରୀ ମରାମତି କାର୍ଯ୍ୟ କରୁଥିଲେ । ହଠାତ୍ ବିଜୁଳି ଆସିଯିବାରୁ ଘଟିଲା ଅଘଟଣ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ପୁନସିଦା ଗାଁର ଜ୍ଞାନ ରଞ୍ଜନ ସାହୁ ଏବଂ ଗୁରୁତର ଦୁଇଜଣ ହେଉଛନ୍ତି ବାଇଦ ପଡା ଗାଁର କେଶବ ବାରିକ ଓ ଆମ୍ବ କୁଡୁଚି ଗ୍ରାମର ଅଭିଜିତ ସେନାପତି । ସମସ୍ତଙ୍କୁ ବସ୍ତା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିଭାଗୀୟ ଖାମଖିଆଲି ନୀତି ପାଇଁ ଏପରି ଦୁର୍ଘଟଣା ହୋଇଥିବାବେଳେ ବିଦ୍ୟୁତ ବିଭାଗର ସୁପରଭାଇଜର ଫେରାର ହୋଇ ଯାଇଛନ୍ତି । ତେବେ ଏନେଇ ଗିଲାଜୋଡି ଗାଁରେ ପ୍ରବଳ ଉତ୍ତେଜନା ଲାଗି ରହିଛି ।

Leave a Reply

Your email address will not be published.