ଓମ୍ଫେଡ ଡେରୀ ପ୍ଲାଣ୍ଟରେ ବେଆଇନ ଛଟେଇ ବିରୋଧରେ ଧାରଣା

ବାରଙ୍ଗ, (ନାଗରାଜ ନ୍ୟୁଜ): ବାରଙ୍ଗ ଆଜି ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ପାଳିତ ହେଉଥିବା ବେଳେ ଓମ୍ଫେଡ ଡେରୀ ପ୍ଲାଣ୍ଟରେ ବେଆଇନ ଛଟେଇ ବିରୋଧରେ ଧାରଣା ଦେଲେ ମହିଳା କର୍ମଚାରୀ । କଟକ ଅରିଲୋ ଗୋଡ଼ିସାହିରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା ଓମ୍ଫେଡ ଡେରି ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବିନା ନୋଟିସରେ ଛଟେଇ କରାଯାଇଛି । ଯାହାକୁ ବିରୋଧ କରି ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସରେ ଛଟେଇ କର୍ମଚାରୀମାନେ ପ୍ଲାଣ୍ଟ ସମ୍ମୁଖରେ ଅନିଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି । ଛଟେଇ ଓମ୍ଫେଡ କର୍ମଚାରୀ ସଂଘର ସଭାନେତ୍ରୀଙ୍କ କହିବା କଥା ୨୦୦୨ ମସିହାରୁ ମାସକୁ ୬ ସହ ଟଙ୍କାରେ ସେମାନେ କାମ କରି ଆସୁଥିଲେ । ଯେତେବେଳେ ପ୍ଲାଣ୍ଟଟି ଭୁବନେଶ୍ୱରରୁ କଟକ ଅରିଲୋକୁ ସ୍ଥାନାନ୍ତର ହେଲା ସେତେବେଳେ ବିଭିନ୍ନ ଆଳ ଦେଖାଇ ଜାନୁଆରୀ ମାସରେ କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର କରିଦିଆଗଲା । ଏନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ଫଳ ମିଳିଲା ନାହିଁ । ଇତି ମଧ୍ୟରେ ଦୀର୍ଘ ୩ମାସ ବିତିଯାଇଥିଲେ ମଧ୍ୟ ଛଟେଇ ହୋଇଥିବା କର୍ମଚାରୀକୁ ପୁନଃ ନିଯୁକ୍ତି ଦିଆଗଲା ନାହିଁ । ଫଳରେ ବାଧ୍ୟ ହୋଇ ଆଜି ପ୍ଲାଣ୍ଟ ଫାଟକ ସାମ୍ନାରେ ଧାରଣା ଦେଇଛନ୍ତି ଛଟେଇ କର୍ମଚାରୀ । ନ୍ୟାୟ ନ ମିଳିବା ପର୍ୟ୍ୟନ୍ତ ଗଣଧାରଣା ଚାଲୁ ରହିବ ବୋଲି ସଂଘ ଚେତାବନୀ ଦେଇଛି । ଉତେଜନା ସ୍ଥଳରେ ଜୋନ ୪ଏସପି ଚନ୍ଦନ ଘଡେଇ, ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା, ଗୋଡ଼ିସାହି ଫାଣ୍ଡିଅଧିକାରୀ ସୁବାଷ ମଲ୍ଲିକ ଉପସ୍ଥିତ ଥିଲେ ।

ବାରଙ୍ଗରୁ ରଜତ କୁମାର ମୁଦୁଲିଙ୍କ ରିପୋର୍ଟ

Leave a Reply

Your email address will not be published.