ସୀତାମିଞ୍ଜ ତିନୋଟି ସନ୍ତାନଙ୍କ ମା’ ହୋଇଥିବାରୁ ପ୍ରତିପକ୍ଷଙ୍କ ବିରୋଧ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅଧିନରେ ଥିବା ନୂଆଗାଁ ପଞ୍ଚାୟତର ସରପଞ୍ଚ ବିଜୟି ପ୍ରାର୍ଥୀନୀ ସୀତାମିଞ୍ଜଙ୍କୁ ପ୍ରତିପକ୍ଷ ଘୋର ବିରୋଧ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ, ସୀତାମିଞ୍ଜଙ୍କ ତିନୋଟିଟି ସନ୍ତାନ ଅଛନ୍ତି । ଭାରତୀୟ ସମ୍ବିଧାନ ତଥା ରାଜ୍ୟ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ତିନୋଟି ସନ୍ତାନ ଥିବା ଯେକୌଣସି ବ୍ୟକ୍ତି ନିର୍ବାଚନ ଲଢିପାରିବେ ନାହିଁ । ଶ୍ରୀମତୀ ସୀତା ମୀଞ୍ଜଙ୍କ ତିନୋଟି ସନ୍ତାନ ଥିଲେ ମଧ୍ୟ ସମ୍ବିଧାନ ତଥା ନିର୍ବାଚନ କମିଶନଙ୍କୁ ଅନ୍ଧାରରେ ରଖି ସେ ନିର୍ବାଚନ ଲଢି ସରପଞ୍ଚ ପଦ ପାଇଁ ବିଜୟୀ ହୋଇଛନ୍ତି । ଏ ସମ୍ପର୍କରେ ସରପଞ୍ଚ ପଦବୀରେ ପ୍ରତିଦ୍ବନ୍ଦିତା କରିଥିବା ପ୍ରିତିଲାକଡା ଗତକାଲି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ‌ଆମ ପ୍ରତିନିଧି କୁତ୍ରା ବ୍ଳକର ବିଡିଓ ସୁରେନ୍ଦ୍ରକୁମାର ସେଠିଙ୍କୁ ପଚାରିବାରୁ ଏହା କୋର୍ଟ ଇନ୍ ଲ । ଏସମ୍ପର୍କରେ କୋର୍ଟ ହିଁ ଯାହା କରିବେ । ଆମେ କିଛି କହିପାରିବୁ ନାହିଁ ।

Leave a Reply

Your email address will not be published.