ଇଥାନଲ କମ୍ପାନୀ ନିର୍ମାଣକୁ ବିରୋଧ

ବାଙ୍କୀ,(ନାଗରାଜ ନ୍ୟୁଜ): ବାଙ୍କୀ ଥାନା ଅନ୍ତର୍ଗତ ଵାଆଁରା ପଂଚାୟତର ନୁଆସାହି ଠାରେ ୨୬ଏକର ପରିଧି ମଧ୍ୟରେ କଟକ ଏଗ୍ରିଭେଟ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ପକ୍ଷରୁ ଇଥାନଲ କମ୍ପାନୀ ନିର୍ମାଣକୁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ.। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଗ୍ରାମ ସଭା ନକରି, ଉକ୍ତ ପଡ଼ିଆରେ ଗ୍ରାମର ଗାଈଗୋରୁ ଚରିବା ସହ ଖେଳ ପଡିଆ, ସଂକୃତିକ କାର୍ଯ୍ୟକ୍ରମ ଆଦି କରାଯିବା ସହିତ ନୀକଟରେ ଡମପଡ଼ା ଚନ୍ଦକା ଜଙ୍ଗଲ, ନିକଟରେ ପାନୀୟ ଜଳ ଯୋଗାଣର ଏକ ବିଶୋଧନଗାର ରହିଛି , ମନ୍ଦିର ରହିଛି ଯାହାକି କମ୍ପାନୀ ନିର୍ମାଣ ସରକାରୀ ନିୟମ ବିରୋଧ ସତ୍ୟେ ନେଇ କମ୍ପାନୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ନେଇ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଉପସ୍ଥିତିରେ ନୂଆସାହିର ଶତାଧିକ ଲୋକ ଧାରଣା ଦେବା ସହ ବିରୋଧ କରିଛନ୍ତି । ଏମାନଙ୍କ ଦାବି ପୁରଣ ତଥା ଗ୍ରାମସଭା ଦ୍ୱାରା ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତନିର୍ମାଣ କାର୍ଯ୍ୟ ବନ୍ଦ ରହିବା କୁ ଦାବି । ନଚେତ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ । ଘଟଣାସ୍ଥଳ 144ଧାରା ଜାରି । ପୋଲିସ ମୁତୟନ । ଧାରଣା ସ୍ଥଳରୁ ଆନ୍ଦୋଳନ କରୀଙ୍କୁ ଓ ଦେବାଶିଷ ପଟ୍ଟନାୟକ ଙ୍କୁ ଉଠାଇ ନେଲା ପୋଲିସ ।

Leave a Reply

Your email address will not be published.