ବଳଭଦ୍ରପୁର ପାଟଣାରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବଳଭଦ୍ରପୁର ପାଟଣାଠାରେ ପ୍ରସ୍ତାବିତ ମଧୁଶାଳା ରେଷ୍ଟୁରାଣ୍ଟ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏହାକୁ ନେଇ ଶୁକ୍ରବାର ଗ୍ରାମର ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଳଭଦ୍ରପୁରପାଟଣାରେ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲାଯିବା ନିମନ୍ତେ ଚିଠି ନଂ. ୨୩୫୬/୧୩.୧୦.୨୦୨୨ରେ ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଏହି ମଦ ଦୋକାନଟି ସ୍ଥାନୀୟ ଅଞ୍ଚଳରେ ରହିଥିବା ଜଣେ ରେଷ୍ଟୁରାଣ୍ଟ୍ ମାଲିକର ବୋଲି ଜଣାପଡିଛି । ମଧୁଶାଳା ରେଷ୍ଟୁରାଣ୍ଟ ଚାରିପାଖରେ ଲୋକେ ଘରଦ୍ୱାର କରି ଶତାଧିକ ଲୋକେ ରହିଛନ୍ତି । ସେଠାରେ ଏକ ତାରିଣୀ ମନ୍ଦିର ଥିବାବେଳେ ପଛପାଶ୍ୱର୍ରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଯାଉଛନ୍ତି । ଏଥିସହ ୧୫୦ ମିଟର ଦୂରରେ ବଳଭଦ୍ରପୁର ପାଟଣା ଗାଁ ଅବସ୍ଥିତ । ଗତ କିଛି ବର୍ଷ ହେଲା ଜିରିଡାମାଳି ଏବଂ ବଳଭଦ୍ରପୁର ପାଟଣା ଅଞ୍ଚଳରେ ବ୍ରାଉନ୍ସୁଗର, ଅଫିମ, ଚରସ ଆଦି ନିଶା ଅବାଧରେ ବିକ୍ରି ହେଉଛି । ଏହାକୁ ସେବନ କରି ଶିକ୍ଷିତ ଯୁବକଙ୍କଠାରୁ ଆରମ୍ଭ କରି ଦିନମଜୁରିଆ ପର୍ଯ୍ୟନ୍ତ ସର୍ବସ୍ୱାନ୍ତ ହେଉଛି । ପୁଣି ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିଲେ ପରିସ୍ଥିତି ବିଗିଡିଯିବ ବୋଲି ଆଶଙ୍କା ଦେଖାଦେଇଛି । କାମାକ୍ଷାନଗରର ୩ କିମି ପରିଧି ମଧ୍ୟରେ ଜିରିଡାମାଳି ଭାଲୁମୁଣ୍ଡାଠାରେ ଗୋଟିଏ ଦେଶୀ ମହୁଲି ମଦଭାଟି ଏବଂ ଖୋଲା ମଦବିକ୍ରି ଦୋକାନ ରହିଛି । ବଳଭଦ୍ରପୁର ପାଟଣାଠାରୁ ଭାଲୁମୁଣ୍ଡା ମାତ୍ର ୨ କିମି । ଅଳ୍ପ କେଇମାତ୍ର ପରିଧି ମଧ୍ୟରେ ଏକାଧିକ ମଦ ଦୋକାନ ଖୋଲାଯିବାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରସ୍ତାବିତ ଠିପିଖୋଲା ବିଦେଶୀ ମଦ ଦୋକାନକୁ ବନ୍ଦ କରାନଗଲେ ଆନେ୍ଦାଳନକୁ ବ୍ୟାପକ କରାଯିବ ବୋଲି ଶୁକ୍ରବାର ଏକ ମହିଳା ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ରକୁ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ନିଷ୍ପତି ବିରୋଧରେ ଗଲେ ଆନେ୍ଦାଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.