ଠିକା ଆଉଟ ସୋରସିଙ୍ଗ ପ୍ରଥା ଏକ ଘୃଣ୍ୟ ପ୍ରଥା

ପୁରୀ,(ନାଗରାଜ ନ୍ୟୁଜ): ଜଣେ ଆଦର୍ଶ ନିଯୁକ୍ତି ଦାତା ଭାବେ ରାଜ୍ୟ ସରକାର ତାଙ୍କ କର୍ମଚାରୀ ମାନଙ୍କୁ ସାମାଜିକ ଓ ଆର୍ଥିକ ନିରାପତ୍ତା ଯୋଗାଇବା ସାମ୍ବିଧାନିକ କର୍ତ୍ତବ୍ୟ କିନ୍ତୁ ବିଭିନ୍ନ ବିଭାଗ ରେ ଲକ୍ଷ ଲକ୍ଷ ପଦବୀ ଖାଲି ପଡିଥିବା ବେଳେ ଯୁବ ଅବସ୍ଥା ରେ ଆଉଟ ସୋରସିଙ୍ଗ ସଂସ୍ଥା ଦ୍ୱାରା କମ ଦରମାରେ କାମ କରୁଛନ୍ତି କର୍ମଚାରୀ । ଠିକା ଆଉଟ ସୋରସିଙ୍ଗ ପ୍ରଥା ଏକ ଘୃଣ୍ୟ ପ୍ରଥା. ଗୋଟିଏ ଛାତ ତଳେ ତିନି ପ୍ରକାର କର୍ମଚାରୀ ରଖିଛନ୍ତି ସରକାର. ସମାନ କାମ କରୁଥିଲା ବେଳେ ତିନି ପ୍ରକାର ଦରମା. ସୁପ୍ରିମ କୋର୍ଟ ସମାନ କାମକୁ ସମାନ ଦରମା ଦେବା କୁ ନିର୍ଦ୍ଧେଶ ଦେଇ ଥିଲେ ମଧ୍ୟ ସରକାର ତାକୁ ମାନୁ ନାହାଁନ୍ତି.ଶ୍ରମ ଆଇନି କୁ ଉଲଂଘନ କରି କର୍ମଚାରୀ ମାନଙ୍କୁ ଆର୍ଥିକ ମାନସିକ ଯନ୍ତ୍ରଣା ଦେବା ସହ କମ ଦରମା ଦେଇ EPF ଓ ESI ଠକୁଛନ୍ତି ଆଉଟ ସୋରସିଙ୍ଗ ସଂସ୍ଥା।ଗୋଟେ କ୍ୟାଟେଗୋରି କୁ ନିୟମିତ ଐତିହାସିକ ବୋଲି ପ୍ରଚାର କଲେ କିନ୍ତୁ ଆଉଟ ସୋରସିଙ୍ଗ କର୍ମଚାରୀ ଙ୍କୁ ଭୁଲି ଯାଇ ଆଉ ଏକ ଐତିହାସିକ ଭୁଲ କଲେ ସରକାର ।ଏହା ବିରୁଦ୍ଧରେ ଆଉଟ ସୋରସିଙ୍ଗ କର୍ମଚାରୀ ମହାସଂଘ, ପୁରୀ ଜିଲ୍ଲା ପକ୍ଷରୁ ଜିଲ୍ଲା ର କୋଣ ଅନୁକୋଣ ରୁ କର୍ମଚାରୀ ମାନଙ୍କର ଏକ ବିଶାଳ ପଟୁଆର ପି କେ ଡିଏ ଛକ ରୁ ବାହାରି ଜିଲ୍ଲା ପାଳ ଅଫିସ ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି.କର୍ମଚାରୀ ମହାସଂଘ ର ଉପଦେଷ୍ଟା ତଥା ଆବାହକ ଶ୍ରମିକ ନେତା ଶରତ କୁମାର ରାୟଗୁରୁ ଙ୍କ ନେତୃତ୍ୱ ରେ ଠୀକା ଆଉଟ ସୋରସିଙ୍ଗ ପ୍ରଥା ଉଛେଦ, ସମାନ କାମକୁ ସମାନ ଦରମା, ସମସ୍ତ କର୍ମଚାରୀ ଙ୍କୁ ନିୟମିତ କର୍ମଚାରୀ ର ମାନ୍ୟତା ସମ୍ବଳିତ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲା ପାଳ ଙ୍କ ଜରିଆରେ ଦିଆଯାଇଛି ।

ମୁଖ୍ୟ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ସରକାର ପୁରୀ ଜିଲ୍ଲା ରେ ସମସ୍ତ ଆଉଟ ସୋରସିଙ୍ଗ ଏଜେନସି ମାନଙ୍କ ପାଇଁ ଏକ ନୋଡାଲ ଅଫିସର ନିଯୁକ୍ତି କରି ଆପତ୍ତି ଅଭିଯୋଗ ଶୁଣିବା, ଟେଂଡର ବେଳେ ଜିଲ୍ଲା ପାଳ, ଶ୍ରମ ଅଧିକାରୀ, ଓ ଶ୍ରମ ନିୟୋଜନ ଅଧିକାରୀ ଉପସ୍ଥିତ ରହିବା, ଦଶ ବର୍ଷ ରୁ ଅଧିକ ଦିନ କାମ କରୁଥିବା କର୍ମଚାରୀ ମାନଙ୍କୁ ଉଚ୍ଚ କୁଶଳୀ ର ଦରମା ଦେବା, ପ୍ରତ୍ୟେକ ମାସ ର ଦରମା EPF ESI ପ୍ରଥମ ସପ୍ତାହ ରେ ଦେବା ସହ ଦରମା ତାଲିକା ଦେବା, କଳା ତାଲିକା ଭୁକ୍ତ ଏଜେନସି ଙ୍କୁ ବିଦା କରିବା, ମନଇଚ୍ଛା କର୍ମଚାରୀଙ୍କୁ କାମ ରୁ ଛଟେଇ କରିବା ଠୂ ନିର୍ବୁତ୍ତ ରହିବା ଆଦି ଦାବୀ କରାଯାଇ ଜିଲ୍ଲା ପାଳ ଙ୍କ ସହ ଆଲୋଚନା କରିଥିଲେ ସଂଘର କର୍ମକର୍ତା. ଯଦି ଏକ ମାସ ଭିତରେ ଜିଲ୍ଲା ପ୍ରଶାସନ ପରିସର ଓ କର୍ତ୍ତୃ ତ୍ବ ରେ ଥିବାସମସ୍ୟା କୁ ସମାଧାନ ନ ହୁଏ ସମ୍ପୃକ୍ତ ବିଭାଗ ଗୁଡିକ ରେ କର୍ମଚାରୀ ମାନେ ଅସହଯୋଗ ଆନ୍ଦୋଳନ କରିବେ.ଏହି ବିକ୍ଷୋଭ ରେ ଗୁରୁ ପ୍ରସାଦ ଶତପଥି ଅନିଲ କୁମାର ସୁବୁଦ୍ଧି,ତ୍ରିନାଥ ଭୋଇ, ଶ୍ରୀବସ୍ତ ଜାଲି, କିରଣ ନାୟକ,ଅମରେନ୍ଦ୍ର ନନ୍ଦ, ମନୋରଞ୍ଜନ ମହାରଣା,ସୁଜିତ ନାୟକ, ଜହର ଖାନ,ଦୀପକ ରଞ୍ଜନ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published.