ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ପଞ୍ଚରାତ୍ର ପ୍ରବଚନ ଆୟୋଜିତ

କଟକ,(ନାଗରାଜ ନ୍ୟୁଜ): ଶ୍ରୀ ଜଗନ୍ନାଥ ସଂସ୍କୃତି ଖାଲି ଓଡିଶା ର ନୁହେଁ ସାରା ବିଶ୍ବ ର ବର୍ତ୍ତମାନ ସମାଜ ଯେଉଁ ସ୍ଥିତି ରେ ଅଛି ସେହି ସ୍ଥିତି ଭିତରୁ ମୁକ୍ତି ଲାଭ ପାଇଁ ଜଗନ୍ନାଥ ସଂସ୍କୃତି ର ବହୁଳ ଭାବ ରେ ପ୍ରଚାର ଓ ପ୍ରସାର ହବା ଦରକାର ଶ୍ରୀ ଜଗନ୍ନାଥ ହି ମଣିଷ ରୂପୀ ଭଗଵାନ କଳିଯୁଗରେ ଜଗନ୍ନାଥ ଙ୍କ ପଦର୍ବିନ୍ଦ ରେ ସତ୍ ମାର୍ଗ ରେ ରହି ନିଜକୁ ସମର୍ପଣ କରିପାରିଲେ ଏହି ଦୁର୍ଲଭ ଜୀବନ ସାର୍ଥକ ହେଵ ବୋଲି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଆମତ କହିଥିଲେ। ନେତାଜୀ ଖେଳ ପଡ଼ିଆ ସ୍ଥିତ ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପକ୍ଷ ରୁ ଆୟୋଜିତ ପଞ୍ଚରାତ୍ର ପ୍ରବଚନ ଓ ଚବିଶି ବେଶ ପ୍ରଦର୍ଶନ କାର୍ଯକ୍ରମ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି କିଶନଲାଲ ଅଗ୍ରୱାଲ ଏବଂ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଏହି ଆଧ୍ୟାତ୍ମିକ କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା। ଏହି ଉଦଯାପନୀ ଉତ୍ସବରେ କଟକ ମେୟର ସୁବାସ ଚନ୍ଦ୍ର ସିଂ ବିଧ୍ୟାୟକ୍ ସୌଭିକ ବିଶ୍ଵାଳ ପୂର୍ବତନ ବିଧ୍ୟାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ କେନ୍ଦ୍ରାଞ୍ଚଳ ଆର. ଡି. ସି. ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଡେପୁଟି ମେୟର ଦମୟନ୍ତୀ ମାଝୀ,ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଅନୁଷ୍ଠାନ ର ସଭପତି କୃଷ୍ଣ ଚନ୍ଦ୍ର ସାହୁ, କର୍ପୋରେଟର ତାପସ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published.