ଜାଲ ନୋଟ୍ କାରବାର ଅଭିଯୋଗରେ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପାଟଣାଗଡ଼ ପୋଲିସ 

ପାଟଣାଗଡ, (ନାଗରାଜ ନ୍ୟୁଜ): ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ପାଟଣାଗଡ଼ ଥାନା ପଣାମୁଣ୍ଡା ଗାଁରୁ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ୍ । ଅଟକ ଅଭିଯୁକ୍ତ ମାନେ ଡୁମେରପଦର ଗାଁର ରୋହିତ ଦାସ ବୋଲି ଜଣାପଡୁଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୯ ଘଣ୍ଟା ସମୟରେ ରୋହିତ ଦାସ ପଣ୍ଡା ମୁଣ୍ଡାଗ୍ରାମର ହରିପ୍ରସାଦ ସାହୁ ଓ ଦୀପକ କିରାଣା ଦୋକାନରୁ କିଛି ସଉଦା କିଣି ଦୋକାନୀଙ୍କୁ ଟଙ୍କା ଦେଇଥିଲେ । ହେଲେ ଦୀପକ କିରାଣା ଦୋକାନୀ ଜଣଙ୍କ ଜାଲ ନୋଟ୍ ବୋଲି ଜାଣିପାରି ନଥିବା ବେଳେ ହରିପ୍ରସାଦ ସାହୁ ଜାଲ ନୋଟ ବୋଲି ଜାଣିବା ପରେ ସ୍ଥାନୀୟ ଲୋକେ ରୋହିତ ଦାସକୁ କାବୁ କରିଥିଲେ । ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହିଠାରେ ସେ ଜାଲ ନୋଟ ଛାପୁଥିବା ନେଇ ପୋଲିସ୍ ପାଖରେ ରୋହିତ ଦାସ ସ୍ବିକାର କରିଥିଲା । ଗତକାଲି ୨ ଶହ ଟଙ୍କିଆ ନୋଟ୍‌ ୪ ଟା ମୋଟ ୮ ଶହ ଟଙ୍କା ଓ ଆଜି ୫୦୦ ଟଙ୍କିଆ ୬ଟି ନୋଟ ମୋଟ ୩ ହଜାର ଟଙ୍କା ଜାଲ ନୋଟ୍ ତିଆରି ଥିବା ରୋହିତ ଦାସ୍ ପୋଲିସ ଆଗରେ ପ୍ରକାଶ କରିଥିବା ଜଣାପଡିଛି । ତେଣୁ ପୋଲିସ୍ ଏ ନେଇ ଖୋଳତାଡ଼ କରୁଥିଲା । ତେବେ ଏହି ଜାଲ ନୋଟ କାରବାର ରାଜ୍ୟ ବାହାରକୁ ମଧ୍ୟ ଲମ୍ବିଥିବା କଥା ପୋଲିସ କହିଛିି । ଅଭିଯୁକ୍ତ ରୋହିତ ଦାସ୍ ସହ ଆଉ କିଏ କିଏ ଏହି ଜାଲ ନୋଟ କାରବାରରେ ସାମିଲ ଅଛନ୍ତି, ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଥିବା ପୋଲିସ୍ ସୂଚନା ଦେଇଛି । ଏନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published.