କରୋନା କଟକଣା ହଟିବା ପରେ ଜମୁଛି ସୋର ମହୋତ୍ସବ, ମେଳାର ମଜା ନେଉଛନ୍ତି ଲୋକେ 

ସୋର,(ନାଗରାଜ ନ୍ୟୁଜ): ଭାଇ ଚାରା ର ସହର ସୋର ସହର ଏଠି କରୋନା କଟକଣା ହଟିବା ପରେ ଜମୁଛି ସୋର ମହୋତ୍ସବ। ସୋର କାଳିପଡିଆ ରେ ଭିଡ ଜମାଉଛନ୍ତି । ବିଭିନ୍ନ ପ୍ରକାର ଜିନିଷ କିଣାକିଣି କରିବା ସହିତ ଖାଇବାର ମଜା ନେଉଛନ୍ତି ଲୋକେ । ମେଳା ଉପଭୋଗ କରିବା ପାଇଁ ରାଜ୍ୟ ତଥା ଜିଲ୍ଲା ବାହାରରୁ ଆସୁଛନ୍ତି ଲୋକେ ଜମୁଛି ମହୋତ୍ସବ ରେ ପସରା ମେଲାଇ ବସିଛନ୍ତି ୫ ଶହରୁ ଅଧିକ ବ୍ୟବସାୟୀ । କରୋନା କଟକଣା କମିବା ପରେ ଦୁଇ ବର୍ଷ ପରେ ପୁଣି ଉତ୍ସବମୁଖର ହୋଇପଡିଛି, ସୋର ସହର ଆଉ ବୁଲି ବୁଲି ମଜ୍ଜା ନେଉଛନ୍ତି ଲୋକେ । ଲୋକଙ୍କୁ ଆକୃଷ୍ଟ କରୁଛି ମେଳାରେ ପଡିଥିବା ବିଭିନ୍ନ ପ୍ରକାରର ଘରକରଣା ଜିନିଷ ସାଙ୍ଗକୁ, ନୂଆ ନୂଆ ଡିଜାଇନର ଅଳଙ୍କାର । ଏଥିସହ ଭିନ୍ନ ଭିନ୍ନ ଭେରାଇଟିର ଷ୍ଟଲ, ମିନା ବଜାର, ଇଲେକ୍ଟ୍ରୀ ଦୋଳି ଓ ଟୟ ଟ୍ରେନର ମଜ୍ଜା ନେଉଛନ୍ତି ଲୋକେ ।ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କାଳି ପଡ଼ିଆ ଠାରେ ୧୪ ବର୍ଷ ଧରି ପାଳିତ ହୋଇଆସୁଛି ଏହି ମହୋତ୍ସବ ଓ ମେଳା,ପୂର୍ବରୁ ସୋର ରାଜା ସୋର ସେନ୍ ନାମ ଅନୁସାରେଏହାକୁ ସୋର ନାମରେ ନାମିତ କରାଯାଇଛି ।ଏହି ମହୋତ୍ସବ କୁ ଦେଖି ବା ପାଇଁ ବାଲେଶ୍ବର, ଜଳେଶ୍ଵର, ବସ୍ତା, ଭଦ୍ରକ, ବାସୁଦେବ ପୁର,ଇରମ,ଗୁଡୁ, ଅନନ୍ତପୁର,ମାଣିପୁର,ଖଇରା,ସିମୁଳିଆ, ଔପଦା ବ୍ଲକରୁ ଆସୁଛନ୍ତି ଦଶକ, ପ୍ରତ୍ୟେକ ଦିନ ନୁଆ ନୁଆ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ , ଅଭିନେତା ଓ କଣ୍ଠଶିଳ୍ପୀ ମାନେ ଆସୁଥିବା ରୁ ପ୍ରତି ଦିନ ଭିଡ଼ ପରିଲକ୍ଷିତ ସୋଇଥାଏ ,ପୂର୍ବରୁ ୪ ଦିନ ଧରି ଚାଲୁଥିବା ଏହି ମେଳା ଏଥର ୬ ଦିନ ଧରି ଚାଲିବ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.