ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ

ବାଙ୍କି: ବନ୍ୟା ବାତ୍ୟା ସାଙ୍ଗକୁ ଲଘୁଚାପ ବର୍ଷା ପରେ ଲକଡାଉନ ଓ ସଟଡାଉନ ପ୍ରକ୍ରିୟା ରାଜ୍ୟସରକାରଙ୍କ ପକ୍ଷରୁ ଜାରି ରହିଥିବା ବେଳେ ଏହାର ସିଧା ପ୍ରଭାବ ପଡିଛି ବାଙ୍କୀ ଅଞ୍ଚଳର ପରିବା ଚାଷୀଙ୍କ ଉପରେ । ଅନ୍ୟପକ୍ଷରେ ଜଙ୍ଗଲୀ ବାରାହା ଓ ହାତୀଙ୍କ ଉପଦ୍ରବ ଯୋଗୁଁ ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ । ସଟଡାଉନ ଓ ଲକଡାଉନ ଯୋଗୁଁ ବାହାରୁ ବେପାରୀ ଆସୁନାହାଁନ୍ତି । ବାଧ୍ୟ ହୋଇ ଶାଗ ମାଛ ଦରରେ ରାସ୍ତା କଡରେ ନିଜର କଷ୍ଟ ଅର୍ଜିତ ପନିପରିବା ଫସଲକୁ ବିକ୍ରି କରୁଛନ୍ତି ଚାଷୀ । ଆଉ ବାକି ପନିପରିବା ପଚିଶଢ଼ୀ କ୍ଷେତରେ ନଷ୍ଟ ହୋଇଯାଉଥିବାର ଚାଷୀଙ୍କ ଠାରୁ ଶୁଣିବାକୁ ମିଳିଛି । ଫସଲ ଡ଼େରିବା ପାଇଁ ଯେତିକି ଖର୍ଚ୍ଚ କରୁଛି ଚଷା ପୁଅ ସେତକ ମଧ୍ୟ ଚାଷୀଙ୍କୁ ମିଳୁ ନଥିବା ବେଳେ ଏବେ ପରିବାର ଭରଣ ପୋଷଣ ମହାଜନ କରଜ ସାଙ୍ଗକୁ ସୋସାଇଟି ଋଣ କିପରି ସୁଝିବେ ଏନେଇ ଚିନ୍ତାରେ ଚାଷୀ । ସରକାର ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ପନିପରିବା ଚାଷୀଙ୍କ ସମସ୍ୟା ସମାଧାନ କରିବା ଉପରେ ଦୃଷ୍ଟି ଦେବାକୁ ଚାଷୀ ନିବେଦନ କରିଛନ୍ତି ।

Leave a Reply

Your email address will not be published.