କଟକ ଡିସିପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର

କଟକ, (ନାଗରାଜ ନ୍ୟୁଜ): ଆଜି କଟକ ଡିସିପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର । ଏହା ପୂର୍ବରୁ ବ୍ରହ୍ମପୁର ଏସ୍ପି ଥିଲେ । 2011 ମସିହାରେ ଆଇପିଏସ ପାଇଥିବାମିଶ୍ର ବହୁ ସ୍ଥାନରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଦାୟିତ୍ଵ ନେବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତିଯେ, କଟକ ଏକ ଭାଇଚାରାର ସହର । ଏଠାରେ ବିଭିନ୍ନ ପ୍ରକାରର ପୂଜା ପର୍ବ ସବୁ ପାଳିତ ହୁଏ । ପୂର୍ବ ଭଳି କ୍ରାଇମ ସହରଭାବେ କାର୍ଯ୍ୟ ଜାରି ରହିବ । ଏବଂ ଡ୍ରଗ୍ସ ଉପରେ ମଧ୍ୟ ଚଢଉ ଜାରି ରହିବ । ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖିବାକୁ ହେବ । ପୁରୁଣା ସହର ଥିବାରୁ ଏଠାରେ ଟ୍ରାଫିକ୍ ସମସ୍ୟା ଲାଗି ରହିବ ତାହାକୁ ସମାଧାନ କରିବାକୁ ଚେଷ୍ଟା କରିବି । ସବୁ ବେଳେ ସରକାରଙ୍କ 5-ଟି ଅନୁଯାୟୀ କାମ ହେବ । ନିଶ୍ଚୟ ମୋ ଅଫିସରଙ୍କ ସହିତ ବସି ମୁଁ ସବୁ ବିଷୟରେ ଆଲୋଚନା କରି ସହରରେ ଶାନ୍ତି ଶୃଙ୍ଖଳା ପାଇଁ କାମ କରିବି ବୋଲି ମୋର ଆଶା ରହିଛି ।

Leave a Reply

Your email address will not be published.