ପିନାକୀ ମିଶ୍ରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ନେଇ ରାଷ୍ଟ୍ରପତିଙ୍କୁ ଅଭିଯୋଗ ପତ୍ର

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଏମପି ପିନାକୀ ମିଶ୍ରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ନେଇ ରାଷ୍ଟ୍ରପତିଙ୍କୁ ଅଭିଯୋଗ ପତ୍ର । ପୁରୀର ବଳିଆପଣ୍ଡା ନିବାସୀ ସରୋଜ କୁମାର ମିଶ୍ର ଏନେଇ ଚିଠି ଲେଖିଛନ୍ତି ରାଷ୍ଟ୍ରପତି ଙ୍କୁ । ଉକ୍ତ ଚିଠିରେ ସେ ଦର୍ଶାଇଛନ୍ତି ସଂସଦରେ ଯେଭଳି ପୁରୀ ଏମପି ପିନାକୀ ମିଶ୍ର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ର କାର୍ଯ୍ୟ ନେଇ ଯେଉଁଭଳି ତ୍ରୁଟି ପୂର୍ଣ୍ଣ , ଭୁଲ ତଥ୍ୟ ସଂସଦକୁ ସେ ଦେଇଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ପୁରୀ ସହର ବାସୀ ୩ ଥର ଏମପି ଭାବେ ପିନାକୀ ମିଶ୍ରଙ୍କୁ ନିର୍ବଚିତ କରିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଭୁଲ ତଥ୍ୟ ପୁରୀ ବାସି ଙ୍କୁ ଏକ ପ୍ରକାର ଅପମାନ ବୋଲି ଉକ୍ତ ଅଭିଯୋଗ ପତ୍ରରେ ଉଲେଖ କରାଯାଇଛି । ଶ୍ରୀମନ୍ଦିର ଚାରି ପାଖରେ ଯେଭଳି ବିରାଟବିରାଟ ଗର୍ତ ଖୋଳାଯାଇ ନିର୍ମାଣ ଓ ଖନନ କାର୍ଯ୍ୟ ଚାଲିଚି ତାହା ସ୍ପଷ୍ଟୀକରଣ ନ ଦେଇ ପୁରି ଏମପି ସଂସଦ କହିଛନ୍ତି କେବଳ ୪ଟି ଶୌଚାଳୟ ନିର୍ମାଣ ହେଉଛି। ଏଣୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନାମରେ ପ୍ରକୃତ କଣ କାର୍ଯ୍ୟ ଚାଲିଚି , ଶ୍ରୀମନ୍ଦିର ପ୍ରତି ଏହି ପ୍ରକଳ୍ପ କାର୍ଯ୍ୟ ବିପଦ ସୃଷ୍ଟି କରିଛି କି ଏହାର ସ୍ଥିତି ଅନୁଧ୍ୟାନ ପାଇଁ ରାଷ୍ଟ୍ରପତି ମହୋଦୟ ଏକ ସଂସଦୀୟ ଟିମ ପୁରୀ ପଠାଇ ବାକୁ ପୁରୀ ନିବାସୀ ସରୋଜ କୁମାର ମିଶ୍ର ଅଭିଯୋଗ ପତ୍ରରେ ରାଷ୍ଟ୍ରପତି ଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published.